ଯୁବରାଜ ସିଂହ ଧରିଲେ ଆଶ୍ଚର୍ଯ୍ୟଜନକ କ୍ୟାଚ୍, ଯାହାକୁ ଦେଖି ସ୍ତବ୍ଧ ହୋଇଗଲା ଦୁନିଆ
ଟିମ ଇଣ୍ଡିଆର ପୂର୍ବ ଅଲରାଉଣ୍ଡର ଆଜିକାଲି ଗ୍ଲୋବାଲ ଟି-୨୦ କାନାଡା ଲିଗରେ ଖେଳିବା ସହିତ ଟୋରଣ୍ଟୋ ନ୍ୟାସନାଲରେ ଅଧିନାୟକତ୍ୱ କରୁଛନ୍ତି। ଲିଗରେ ୟୁବି ବଲର,ବ୍ୟାଟ୍ସମ୍ୟାନ ଏବଂ ଫିଲ୍ଡିଂ ଆଦି ଏକା ସାଥିରେ କରି ଧମାଲ ମଚାଉଛନ୍ତି। ରବିବାର ଦିନ ୟୁବିଙ୍କର ଏହି ଆଶ୍ଚଯ୍ୟର୍କର ଖେଳରେ ଏକ ନମୁନା ଦେଖିବାକୁ ମିଳିଛି। ଏଥିରେ ସେ ଏକ ଦର୍ଶନୀୟ କ୍ୟାଚ୍ ଧରି ସମସ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଛନ୍ତି।
ଯୁବରାଜ ବ୍ରାମ୍ପଟନ ଓଲଭସ୍ ବିରୁଦ୍ଧରେ ୨୨ ବଲରେ ୫୧ ରନ୍ କରିଛନ୍ତି। ଏଥିରେ ତିନିଟି ଚୌକା ଏବଂ ୫ଟି ଛକା ସାମିଲ ଥିଲା। ମ୍ୟାଚରେ ଚମକପୂର୍ଣ୍ଣ ଖେଳରେ ସେ ମିଡ୍ ଅଫରେ ଏକ ଆଶ୍ଚର୍ଯ୍ୟ କ୍ୟାଚ୍ ଧରିଥିଲେ। ୱେଷ୍ଟଇଣ୍ଡିଜର ବ୍ୟାଟ୍ସମ୍ୟାନ ଲାଣ୍ଡେଲ ସିମନ୍ସ ଏକ ବଲକୁ ମିଡ ଅଫ୍ ଆଡକୁ ମାରିଲେ କିନ୍ତୁ ଯୁବରାଜ ଡେଇଁ ତ୍ରୁତୀୟ ପ୍ରୟାସରେ ବଲକୁ କ୍ୟାଚ୍ କଲେ। ସିମସନ୍ ୧୧ ବଲରେ ୧୯ ରନ୍ ପାର କରିଥିଲେ।
ଓଲଭସ୍ ୬ ଓ୍ଵିକେଟରେ ୨୨୨ ରନ୍ କରିଥିଲେ। ସ୍କଟଲ୍ୟାଣ୍ଡର ଜାର୍ଜ ମୁନ୍ସେ ୩୬ ବଲରେ ୬୬ରନ ଖେଳାଯାଇଥିଲା। ଅଧିନାୟନ କୋଲିନ ମୁନରୋ, ନିତିଶ କୁମାର ଏବଂ ବାବର ହୟାତଙ୍କ କାରଣରୁ ଟିମର ସ୍କୋର ୨୨୨ ଆଶ୍ଚର୍ଯ୍ୟ ପହଁଚିଥିଲା।
Stunning catch by @YUVSTRONG12 to dismiss @54simmo.#GT2019 #BWvsTN @TorontoNational @BramptonWolves pic.twitter.com/ih1VzjxMQ5
— GT20 Canada (@GT20Canada) August 4, 2019