ସବୁଠାରୁ ଦାମୀ ଅଭିନେତା ଲିଷ୍ଟର ଆଗରେ ପ୍ରଭାସ, ଫିଲ୍ମ ‘ସାହୋ’ ପାଇଁ ନେଲେ ୧୦୦ କୋଟି
![Shraddha](https://knewsodisha.com/wp-content/uploads/2019/08/Shraddha.jpeg)
ଆସନ୍ତା ଅଗଷ୍ଟ ୩୦ ତାରିଖରେ ରିଲିଜ୍ ହେବ ଫିଲ୍ମ ‘ସାହୋ’ । ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସୁଛନ୍ତି ଅଭିନେତା ପ୍ରଭାସ ଓ ଅଭିନେତ୍ରୀ ଶ୍ରଦ୍ଧା କପୁର । ଫିଲ୍ମର କିଛି ଗୀତ ସାମ୍ନାକୁ ଆସି ସାରିଥିବା ବେଳେ ଟ୍ରେଲର ଦେଖି ଫିଲ୍ମ ଦେଖିବାକୁ ଦର୍ଶକଙ୍କ ମନରେ ଉତ୍ସାହ ବଢ଼ିବାରେ ଲାଗିଛି । କିଛି ଦିନ ତଳେ ପ୍ରଭାସଙ୍କ ବିବାହକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଏବେ ତାଙ୍କୁ ଫିଲ୍ମ ‘ସାହୋ’ ପାଇଁ ମିଳିଥିବା ଟଙ୍କାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।
ରିପୋର୍ଟ ଅନୁଯାୟୀ, ପ୍ରଭାସଙ୍କୁ ଫିଲ୍ମ ‘ସାହୋ’ ପାଇଁ ୧୦୦ କୋଟି ଟଙ୍କା ମିଳିଛି । ଯାହା ପାଇଁ ସେ ସବୁଠାରୁ ଦାମୀ ଭାରତୀୟ ଅଭିନେତା ପାଲଟି ଯାଇଛନ୍ତି । ସୁପରଷ୍ଟାର ରଜନୀକାନ୍ତ, ସଲମାନ ଖାନ୍ ଓ ଶାହାରୁଖ୍ ଖାନ୍ଙ୍କୁ ମଧ୍ୟ ସେ ପଛରେ ପକାଇ ଦେଇଛନ୍ତି । କିଛି ଦିନ ତଳେ ଖବର ମିଳିଥିଲା କି ପ୍ରଭାସ ‘ସାହୋ’ ଫିଲ୍ମ ର ପ୍ରି-ରିଲିଜ୍ ବ୍ୟବସାୟରୁ ୫୦ପ୍ରତିଶତ ଭାଗ ନେବେ । ତେବେ ଏ ନେଇ ଅଧିକାରିକ ଭାବେ କୌଣସି ଘୋଷଣା କରାଯାଇ ନାହିଁ । ବର୍ତ୍ତମାନ କିନ୍ତୁ ଏହାର କୌଣସି ଅଫିସିଆଲ୍ ସୂଚନା ସାମ୍ନାକୁ ଆସିନାହିଁ।
ଏହାସହ ପଢନ୍ତୁ: କାଜଲ ଅଗ୍ରଓ୍ଵାଲଙ୍କୁ ଭେଟିବା ପାଇଁ ଫ୍ୟାନ୍ ଖର୍ଚ୍ଚ କରିଦେଲେ ୬୦ ଲକ୍ଷ ଟଙ୍କା, ସାମ୍ନାକୁ ଆସିଲା ଏତେ ବଡ଼ ଧୋକା
ବର୍ତ୍ତମାନ ଫିଲ୍ମ ‘ସାହୋ’ ର ଦୁଇଟି ଗୀତ ଏବଂ ଟିଜର ରିଲିଜ୍ ହୋଇସାରିଛି। ଏହି ଫିଲ୍ମରେ ଶ୍ରଦ୍ଧା କପୁର ପୋଲିସ୍ ଭୁମିକାରେ ଅଭିନୟ କରୁଥିବାର ନଜର ଆସିଛନ୍ତି। ଏହି ଫିଲ୍ମରେ ପ୍ରଭାସ ଏବଂ ଶ୍ରଦ୍ଧାଙ୍କ କମେଷ୍ଟ୍ରି ଦର୍ଶକଙ୍କୁ ଖୁବ୍ ପସନ୍ଧ ଆସିଛି। ଏହାବ୍ୟତୀତ ଫିଲ୍ମରେ ମନ୍ଦିରା ବେଦୀ, ନୀଲ ନିତିନ ମୁକେଶ, ଜୈକି ଶ୍ରାଫ, ଚକି ପାଣ୍ଡେ ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ। ପୂର୍ବରୁ ଅଗଷ୍ଟ ୧୫ରେ ଫିଲ୍ମ ‘ସାହୋ’ ରିଲିଜ୍ ହେବାର ସୂଚନା ଥିବା ବେଳେ ବର୍ତ୍ତମାନ ଅଗଷ୍ଟ ୩୦ରେ ଫିଲ୍ମ ରିଲିଜ୍ ହେବା ବୋଲି ସ୍ଥିର କରାଯାଇଛି।