ମହାକାଳପଡ଼ା: କାଳ ହେଲା କଳହ, ଝିଅକୁ ଧରି ନଦୀକୁ ଡେଇଁଲା ମାଆ

ମହାକାଳପଡ଼ା(କେନ୍ୟୁଜ୍): କାଳ ହେଲା କଳହ। ଝିଅକୁ ଧରି ନଦୀକୁ ଡେଇଁଲା ମାଆ। ମହାକାଳପଡ଼ା ତନ୍ତିଆପାଳ ମେରାଇନଥାନା ଚକଡ଼ା ଗଗୁଆ ଗାଁରେ ଏହି ଅଘଟଣ ଘଟିଛି। ମୃତକ ଦୁଇ ଜଣ ସେହି ଗାଁର ଯଦୁ ଜେନାଙ୍କ ସ୍ତ୍ରୀ ନେଉଲି ଜେନା ଓ ୯ ବର୍ଷର ଝିଅ ଝୁନି ଜେନା। ଆଜି ସକାଳୁ ଗୋବରୀ ନଦୀରୁ ମାଆ ଓ ଝିଅଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ତେବେ ପାରିବାରିକ କଳହରୁ ଏପରି ଦୁଃଖଦ ଘଟଣା ଘଟିଥିବା ସନ୍ଦେହ କରାଯାଉଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଏହା ହତ୍ୟା କି ଆତ୍ମହତ୍ୟା ସେନେଇ କାରଣ ଅସ୍ପଷ୍ଟ ରହିଛି। ପୋଲିସ ଘଟଣାର ତଦନ୍ତ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.