Below header

ଗଣମାଧ୍ୟମକୁ ମିଳିଛି ତ୍ରୁଟିପୂର୍ଣ୍ଣ ଖବର, ମୋ ପୁଅ ମୋତେ ମାରିନି: ବୀଣା କପୁର

ନୂଆଦିଲ୍ଲୀ: ସମ୍ପତ୍ତି ବିବାଦକୁ ନେଇ ଟିଭି ଅଭିନେତ୍ରୀ ବୀଣା କପୁରଙ୍କୁ ତାଙ୍କ ପୁଅ ସଚିନ କପୁର ମୁମ୍ବାଇରେ ନିର୍ମମ ଭାବରେ ହତ୍ୟା କରିଥିବା ନେଇ ଗତ କିଛିଦିନ ତଳେ ଏକ ଲୋମହର୍ଷଣକାରୀ ଖବର ଗଣମାଧ୍ୟମରେ ପ୍ରକାଶ ପାଇଥିଲା।  ଅଭିଯୁକ୍ତ ମଧ୍ୟ ପୋଲିସ୍ ଆଗରେ ଦୋଷ ସ୍ବୀକାର କରିଥିଲା। କିନ୍ତୁ ଏ କାହାଣୀ ଏବେ ନେଇଛି ଭିନ୍ନ ମୋଡ଼।

ଅଭିନେତ୍ରୀ ବଞ୍ଚିଛନ୍ତି ଏବଂ ପୋଲିସ୍ ବିରୋଧରେ ଏକ ମାମଲା ରୁଜୁ କରିଛନ୍ତି। ବୀଣା କପୁର ବୋଲି ସମାନ ନାମଧାରୀ ଅନ୍ୟ ଜଣେ ମହିଳାଙ୍କୁ ତାଙ୍କ ପୁଅ ସଚିନ କପୁର ହତ୍ୟା କରିଥିବା ବେଳେ ସେ ଟିଭି ଅଭିନେତ୍ରୀ ବୋଲି ପ୍ରକାଶ ପାଇବାରୁ ଦ୍ବନ୍ଦ୍ବ ଉପୁଜିଥିଲା। କିନ୍ତୁ ଟିଭି ଅଭିନେତ୍ରୀ ବୀଣା କପୁର ବଞ୍ଚିଛନ୍ତି ଏବଂ ତାଙ୍କ ପୁଅ ନାଁ ସଚିନ କପୁର ନୁହେଁ ଅଭିଷେକ ଚଢ଼ା। ସେ ଅଭିଯୋଗ କରିଛନ୍ତି ଯେ ଭୁଲ ଖବର ପ୍ରକାଶ ପାଇବା ଯୋଗୁ ତାଙ୍କ ପୁଅକୁ ଲୋକମାନେ ହତ୍ୟାକାରୀ ବୋଲି ଭାବୁଛନ୍ତି।

ସଚିନ କପୁର ହତ୍ୟାକାରୀ କିନ୍ତୁ ଅଭିଷେକ ଚଢ଼ା ନୁହନ୍ତି। ଅଭିନେତ୍ରୀ ବୀଣା କପୁର ବୁଧବାର ଦିଣ୍ଡୋସି ଥାନାକୁ ଆସି ଗଣମାଧ୍ୟମକୁ ତ୍ରୁଟିପୂର୍ଣ୍ଣ ଖବର ଦେଇଥିବା ନେଇ ଏକ ମାମଲା ରୁଜୁ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.