ଭାରତୀୟ ବୋଲରଙ୍କ ଆଗରେ ଧରାଶାୟୀ ବାଂଲାଦେଶ ବ୍ୟାଟର

ଭାରତୀୟ ବୋଲରଙ୍କ ଆଗରେ ଧରାଶାୟୀ ବାଂଲାଦେଶ ବ୍ୟାଟର । କୁଲଦୀପ ଯାଦବଙ୍କ ଯାଦୁକରୀ ବୋଲିଂ ଓ ମହମ୍ମଦ ସିରାଜଙ୍କ ଘାତକ ବୋଲିଂ ଆଗରେ ଅଧିକ ସମୟ ତିଷ୍ଠି ପାରିଲେନି ବାଂଲାଦେଶ ବ୍ୟାଟର । କୁଲଦୀପ ୩୩ ରନରେ ୪ଟି ଓ ସିରାଜ ୧୪ ରନରେ ୩ଟି ଓ୍ଵିକେଟ ନେଇଛନ୍ତି । ଖେଳ ଶେଷ ସୁଦ୍ଧା ୨୭୧ ରନ୍‌ ପଛରେ ରହିଛି ବାଂଲାଦେଶ ।

ଦ୍ୱିତୀୟ ଦିନରେ ବାଂଲାଦେଶ ୮ ୱିକେଟ୍‌ ହରାଇ ୧୩୩ ରନ୍‌ କରିଛି । ଭାରତ ପ୍ରଥମ ପାଳିରେ ଲଢୁଆ ବ୍ୟାଟିଂ କରିଥିଲା । ଚେତେଶ୍ୱର ପୂଜାରାଙ୍କ ୯୦, ଶ୍ରେୟସ ଆୟରଙ୍କ ୮୬, ରବିଚନ୍ଦ୍ରନ ଅଶ୍ୱୀନଙ୍କ ୫୮ ଓ କୁଲଦୀପ ଯାଦବଙ୍କ ୪୦ ରନ ବଳରେ ଟିମ ଇଣ୍ଡିଆ ୪୦୪ ରନ୍‌ କରି ଅଲଆଉଟ ହୋଇଥିଲା । ୪୪ ଓଭର ଖେଳି ୮ ୱିକେଟ୍‌ ହରାଇ ୧୩୩ ରନ୍‌ କରିପାରିଛି । ଭାରତ ସ୍କୋର ଠାରୁ ୨୭୧ ରନ୍‌ ପଛରେ ପଡ଼ିଛି ଘରୋଇ ଟିମ୍‌ ।

ସୂଚନା ଥାଉକି, ପ୍ରଥମ ଦିନରେ ଭାରତ ପୂଜାରାଙ୍କ ୯୦ ରନ ଓ ଆୟରଙ୍କ ଅପରାଜିତ ୮୨ ରନ ବଳର ୬ ୱିକେଟ ହରାଇ ୨୭୮ ରନ କରିଥିଲା। ଗତକାଲି ସକାଳୁ ଶ୍ରେୟସ ଆୟରଙ୍କ ସହ ରବି ଅଶ୍ୱିନ ବ୍ୟାଟିଂ କରିବାକୁ ଆସିଥିଲେ। ଆୟର ୮୬ ରନ କରି ଇବାଦତ ହୁସେନଙ୍କ ବଲରେ ଆଉଟ ହୋଇଥିଲେ। ଦଳୀୟ ସ୍କୋର ୩୮୫ ହୋଇଥିବା ବେଳେ ଅଶ୍ୱିନ ୫୮ ରନ କରି ଆଉଟ ହୋଇଥିଲେ। ସେହିପରି କୁଲଦୀପ ଯାଦବ ୪୦ ରନ କରି ତାଇଜୁଲ ଇସଲାମଙ୍କ ବଲର ଶିକାର ହୋଇଥିଲେ । ଉମେଶ ଯାଦବ ୧୦ ବଲରେ ଅପରାଜିତ ୧୫ ଓ ମହମ୍ମଦ ସିରାଜ ୪ ରନ କରିଥିଲେ।

ପ୍ରଥମ ଦିନରେ ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିଲା ଭାରତ । ୧୪ ଓଭରରେ ଟିମର ସ୍କୋର ୪୧ ରନ୍‌ ଥିବା ବେଳେ ପ୍ରଥମ ଓ୍ଵିକେଟ ପଡିଥିଲା। ଶୁଭମନ ଗିଲ୍‌ ୪୦ ବଲ୍‌ରେ ୩ଟି ଚାରି ମାରି ୨୦ ରନ୍‌ କରି ଆଉଟ୍‌ ହୋଇଥିଲେ। ତା’ ପରେ କେଏଲ ରାହୁଲ ଟିମ୍‌ ସ୍କୋର ୪୫ ରନ୍‌ ଥିବା ବେଳେ ଆଉଟ୍‌ ହୋଇଥିଲେ। କେଏଲ ରାହୁଲ ୫୪ ବଲରେ ୨୨ ରନ୍‌ କରିବାକୁ ସକ୍ଷମ ହୋଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.