Below header

ମହିଳାଙ୍କ ମର୍ଯ୍ୟାଦାକୁ ଗୁରୁତ୍ବ, ବ୍ୟଭିଚାର ଅପରାଧ ନୁହେଁ : ସୁପ୍ରିମ୍ କୋର୍ଟ

ନୂଆଦିଲ୍ଲୀ : ବିବାହ ପରେ ଅନ୍ୟ କୌଣସି ପୁରୁଷ ସହ ସ୍ତ୍ରୀର ସମ୍ପର୍କ ଅପରାଧ ନୁହେଁ । ବ୍ୟଭିଚାର ମାମଲାରେ ସୁପ୍ରିମକୋର୍ଟ ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । ୧୫୮ ବର୍ଷ ପୁରୁଣା ଆଇପିସିର ଧାରା ୪୯୭କୁ ହଟାଇ ଦେଇଛନ୍ତି କୋର୍ଟ । ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ଖଣ୍ଡପୀଠ ଏ ସମ୍ପର୍କିତ ମାମଲାର ଶୁଣାଣି କରି ଏହି ରାୟ ଦେଇଛନ୍ତି । ଆଇପିସି ଧାରା ୪୯୭କୁ ଅସାମ୍ବିଧାନିକ ବୋଲି କୋର୍ଟ କହିଛନ୍ତି । ଏହାସହ ସୁପ୍ରିମକୋର୍ଟ କହିଛନ୍ତି, ସାମାନ୍ୟ ବ୍ୟଭିଚାରକୁ ଅପରାଧ ବୋଲି ବିବେଚନା କରାଯାଇ ପାରିବ ନାହିଁ । କିନ୍ତୁ ଜଣେ ମହିଳା ଯଦି ନିଜ ସ୍ୱାମୀଙ୍କ ବ୍ୟଭିଚାର କାରଣରୁ ଆତ୍ମହତ୍ୟା କରୁଛନ୍ତି ଓ ପ୍ରମାଣିତ ହେଲେ, ଏହାକୁ ଆତ୍ମହତ୍ୟା ଅପରାଧ ବୋଲି ଧରାଯିବ । ବ୍ୟଭିଚାରକୁ ଅପରାଧ ବିବେଚନା କରାଯାଇ ପାରିବ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ୨୦୧୬ ଡିସେମ୍ବରରେ ସୁପ୍ରିମକୋର୍ଟ ଏହି ମାମଲାକୁ ଗ୍ରହଣ କରିବା ସହ ଏହାର ସାମ୍ବିଧାନିକ ଦିଗକୁ ତର୍ଜମା କରିଥିଲେ ।

ମହିଳାଙ୍କ ମର୍ଯ୍ୟାଦା କ୍ଷୁଣ୍ଣ କରୁଥିବା କିମ୍ବା ଭେଦଭାବ କରୁଥିବା ଆଇନ ଅସାମ୍ବିଧାନିକ ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି । ଏମିତିକି ସ୍ବାମୀ ନିଜ ସ୍ତ୍ରୀର ମାଲିକ ନୁହେଁ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି । ଅବଶ୍ୟ ବ୍ୟଭିଚାରକୁ ଛାଡ଼ପତ୍ରର ଏକ କାରଣ ବୋଲି ଦର୍ଶାଯାଇ ପାରିବ । ତେବେ ଆଇନକୁ ସମର୍ଥନ କରି ପୂର୍ବରୁ କେନ୍ଦ୍ର ସରକାର ଯୁକ୍ତି ରଖିଥିଲେ ଯେ ବିବାହ ଏକ ପବିତ୍ର ବନ୍ଧନ । ଏହାର ପବିତ୍ରତା ରକ୍ଷା କରିବା ପାଇଁ ବ୍ୟଭିଚାରକୁ ଅପରାଧ ଭାବେ ଧରାଯିବା ଉଚିତ । ତେବେ ସ୍ତ୍ରୀର ବିନା ଅନୁମତିରେ ସ୍ବାମୀ ଶାରୀରିକ ସମ୍ପର୍କ ରଖିଲେ ଏହାକୁ ଦୁଷ୍କର୍ମ ନୁହେଁ ବ୍ୟଭିଚାର ବୋଲି ଧରାଯିବ ବୋଲି କୋର୍ଟ କହିଛନ୍ତି । ସହମତିରେ ଅନ୍ୟତ୍ର ସମ୍ପର୍କ ଅପରାଧ ନୁହେଁ ।

adultery

ଧାରା ୪୯୭ ଅସାମ୍ବିଧାନିକ

– ୧୫୮ ବର୍ଷ ପୁରୁଣା ଆଇପିସିର ଧାରା ୪୯୭କୁ ହଟାଇ ଦେଲେ ସୁପ୍ରିମ୍ କୋର୍ଟ

– ସାମାନ୍ୟ ବ୍ୟଭିଚାର ଅପରାଧ ବୋଲି ବିବେଚନା ହେବ ନାହିଁ

-ଛାଡ଼ପତ୍ର ପାଇଁ ବ୍ୟଭିଚାରକୁ ଏକ କାରଣ ଭାବେ ଦର୍ଶାଯାଇ ପାରିବ

– ସ୍ତ୍ରୀର ବିନା ଅନୁମତିରେ ସ୍ବାମୀ ଶାରୀରିକ ସମ୍ପର୍କ ରଖିଲେ ଏହାକୁ ଦୁଷ୍କର୍ମ ନୁହେଁ ବ୍ୟଭିଚାର ବୋଲି ଧରାଯିବ

-ସହମତିରେ ଅନ୍ୟତ୍ର ସମ୍ପର୍କ ଅପରାଧ ନୁହେଁ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.