ଅନୁପଙ୍କଠାରୁ ଛାଡିଗଲାଣି କି ମନ ? କାହିଁକି ଶିବାଶିଷଙ୍କ ସାମ୍ନାରେ ଶରୀରର ଟାଟୁ ଗଣିଲେ ଜସଲିନ୍, ଭିଡିଓ ହେଉଛି ଭାଇରାଲ୍

ବିଗ୍ ବସ୍ ସିଜନ ୧୨ରେ ଆସିଥିବା ଯୋଡି ଅନୁପ୍ ଜଲୋଟା ଏବଂ ଜସଲିନ୍ ମଥାରୁଙ୍କୁ ନେଇ ପୁରା ଦେଶରେ ଚର୍ଚ୍ଚା । ସମସ୍ତେ ଏହି ଯୋଡିଙ୍କୁ ନେଇ ସମସ୍ତ ଖବର ଜାଣିବାକୁ ଚାହୁଁଛନ୍ତି । ଗତ ତିନି ବର୍ଷ ଧରି ପରସ୍ପରକୁ ଡେଟ୍ କରୁଛନ୍ତି । ବିଗ୍ ବସ୍ ଘରେ ବି ସମସ୍ତଙ୍କ ନଜର ଏହି ଯୋଡି ଉପରେ ।

ନିକଟରେ ଜସଲିନଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ ଅନୁପଙ୍କ ଅନୁପସ୍ଥିତିରେ ଜଲସିନ୍ ନିଜ ରଙ୍ଗ ଦେଖାଇଛନ୍ତି । ବିଗ୍ ବସର ହଟ୍ ପ୍ରତିଯୋଗୀ ଶିବାଶିଷଙ୍କ ଦ୍ବାରା ନିଜ ଶରୀରର ଟାଟୁ ଗଣାଉଛନ୍ତି ଜସଲିନ୍ । ତେବେ ଜସଲିନ୍ ଏବଂ ଶିବାଶିଷଙ୍କ ନିକଟରେ କୃତି ଛିଡା ହୋଇଛନ୍ତି । ଜସଲିନଙ୍କୁ ଶରୀରରେ କେତୋଟି ଟାଟୁ ଥିବା ପଚାରୁଛନ୍ତି କୃତି । ଯେଉଁଥିରେ ଜସଲିନ୍ କହୁଛନ୍ତି ୧୩ । ଏହା ପରେ କୃତି ଏବଂ ଶିବାଶିଷ ଉଭୟ ଜସଲିନଙ୍କ ଟାଟୁ ଗଣୁଛନ୍ତି ।

ଅନ୍ୟପଟେ ଅନୁପ ଏବଂ ଜସଲିନଙ୍କ ସମ୍ପର୍କକୁ ନେଇ ପ୍ରଶ୍ନ ଉଠିଛି । କାରଣ ଉଭୟଙ୍କ ମଧ୍ୟରେ କୌଣସି କେମିଷ୍ଟ୍ରି ନଜର ଆସୁନାହିଁ । ଯେତେବେଳେ କି ଉଭୟ ୩ ବର୍ଷ ହେବ ସମ୍ପର୍କରେ ଥିବା କହିଛନ୍ତି ।

ଏହା ସହ ପଢନ୍ତୁ : ନାୟିକାମାନଙ୍କୁ ସୁଟିଂ ସେଟରେ ପିଟନ୍ତି ନାନା ପାଟେକର ! କାହାର ଏପରି ବୟାନରେ ଦୋହଲିଯାଇଛି ବଲିଉଡ୍ ?

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.