ଆପାର୍ଟମେଣ୍ଟରୁ ଡେଇଁ ମହିଳାଙ୍କ ଆତ୍ମହତ୍ୟା, କାହିଁକି ଲେଖିଛନ୍ତି ସୁଇସାଇଡ୍ ନୋଟ୍

ଭୁବନେଶ୍ୱର(କେନ୍ଯୁଜ୍) : ଆପାର୍ଟମେଣ୍ଟରୁ ଡେଇଁ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ ଅଭିଯୋଗ । ଭୁବନେଶ୍ୱର ଆଚାଯ୍ଯ ବିହାରର ଏକ ଆପାର୍ଟମେଣ୍ଟରୁ ଡେଇଁ ଆତ୍ମହତ୍ୟା କରିଛନ୍ତି ମହିଳା । ମୃତକ ହେଲେ ଗିରଫ ଓପେପା ଅଧିକାରୀ ନଳିନୀ କୁମାରୀ ପୃଷ୍ଟିଙ୍କ ମାଆ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗ ମାମଲାରେ ନଳିନୀ ପୃଷ୍ଟି ଓ ତାଙ୍କ ସ୍ୱାମୀ ଭିଜିଲାନ୍‌ସ ଦ୍ୱାରା ଗିରଫ ହୋଇ ଜେଲ୍‌ ଯାଇଛନ୍ତି । ତେବେ ଘଟଣାସ୍ଥଳରୁ ସୁଇସାଇଡ୍‌ ନୋଟ୍‌ ଜବତ କରିଛି ପୋଲିସ । ତେବେ ଆତ୍ମହତ୍ୟାର କାରଣ ସଠିକ୍‌  ଭାବେ ଜଣାପଡିନାହିଁ । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି । ସୂଚନା ଅନୁଯାୟୀ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଓପେପା ମୁଖ୍ୟ ଆକାଉଣ୍ଟ ଅଫିସର ନଳିନୀ କୁମାରୀ ପୃଷ୍ଟିଙ୍କ ଘରେ ରେଡ୍ କରାଯାଇଥିଲା । ମୋଟ୍ ୭ଟି ସ୍ଥାନରେ ଚଢାଉ କରି ଭିଜିଲାନ୍ସ ୬ କୋଟି ୮୭ ଲକ୍ଷ ୧୮ ହଜାର ୯୩୯ ଟଙ୍କାର ସମ୍ପତ୍ତି ଠାବ କରିଥିଲା । ଏହି କୋଟିପତି ଦମ୍ପତ୍ତିଙ୍କୁ ଗତ ୩୦ ତାରିଖରେ ଗିରଫ କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.