ଦୁଃଖୀ ଦମ୍ପତିଙ୍କ ଆତ୍ମହତ୍ୟା : ପୁଅ ଚାଲିଗଲା, ଆମେ କାହା ପାଇଁ ବଞ୍ଚିବୁ !

ଯାଜପୁର(କେନ୍ଯୁଜ୍) : ପୁଅ ଚାଲିଗଲା, ଏବେ ଆମେ କାହା ପାଇଁ ବଞ୍ଚିବୁ । ଏକମାତ୍ର ପୁଅର ମୃତ୍ୟୁ ପରେ ବାପା ମାଆଙ୍କ ଆତ୍ମହତ୍ୟା। ଯାଜପୁର ବିଂଝାରପୁର ଥାନା କୁର ସାହିରେ ଏହି ଅଭାବନୀୟ ଘଟଣା ଘଟିଛି । ମୃତକ ଦୁଇ ଜଣ ପ୍ରଦୀପ ଜେନା ଓ ପ୍ରଭାତୀ ଜେନା । ପ୍ରଦୀପ ଓ ପ୍ରଭାତୀଙ୍କ ଏକମାତ୍ର ପୁଅ ଓମ୍‌ ଗତ କିଛି ଦିନ ହେବ ରକ୍ତଶିକୁଳି ରୋଗରେ ପୀଡ଼ିତ ଥିଲା । ପ୍ରତି ମାସରେ ତାକୁ ରକ୍ତ ଦିଆଯାଉଥିଲା। ଗତ ସୋମବାର ଓମ୍‌ର ଅବସ୍ଥା ଗୁରୁତର ହେବାରୁ ତାକୁ କଟକ ବଡ ମେଡିକାଲ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଭାଗ୍ୟର ବିଡମ୍ବନା ୮ବର୍ଷ ଓମ୍‌ର ମୃତ୍ୟୁ ହୋଇଥିଲା। ବାପା ମାଆ ମୃତଦେହ ଧରି ଗାଁକୁ ଫେରି ସତ୍କାର କଲେ। ହେଲେ ଏହାପରେ ଦୁଃଖରେ ଭାଙ୍ଗି ପଡ଼ିଥିଲେ ।

SUICIDE-2

ତେବେ ପୁଅର ମୃତ୍ୟୁ ସେମାନଙ୍କୁ ଏତେ ବାଧିଥିଲା ଯେ  ଏହା ପରେ ଘର ଭିତରେ କବାଟ ବନ୍ଦ କରି ବିଷ ପିଇ ଦେଇଥିଲେ । ଦୀର୍ଘ ସମୟ ଧରି କବାଟ ନଖୋଲିବାରୁ ପରିବାର ଲୋକେ କବାଟ ଭାଙ୍ଗି ସେମାନଙ୍କୁ ଉଦ୍ଧାର କରିଥିଲେ । ଉଭୟଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଡାକ୍ତର ଏହି ଦମ୍ପତିଙ୍କୁ ମୃତ ଘୋଷଣା କରିଥିଲେ । ଏହି ଘଟଣା ପରେ ଗାଁରେ ଶୋକର ଛାୟା ଖେଳିଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.