Below header

କରୋନା ପ୍ରଭାବ : ସବୁଠି ସଫା ଆଉ ସଫା, ୨୦ ବର୍ଷର ସର୍ବନିମ୍ନ ସ୍ତରରେ ପହଞ୍ଚିଲା ଉତ୍ତର ଭାରତର ବାୟୁ ପ୍ରଦୂଷଣ

କରୋନା ଏବେ ସାରା ବିଶ୍ୱ ପାଇଁ ଅଭିଶାପ ପାଲଟିଛି । କରୋନା ପାଇଁ ଯେଉଁ ଚିନ୍ତା ଏବେ ସାରା ବିଶ୍ୱରେ ଦେଖାଯାଇଛି । ଦିନେ ଏପରି ଚିନ୍ତାରେ ପକାଇ ଥିଲା ପ୍ରଦୂଷଣ । ମାତ୍ର କରୋନା କାରଣରୁ ଏହି ପ୍ରଦୂଷଣ ମାତ୍ରା ଏବେ ବହୁ ମାତ୍ରାରେ କମି ଯାଇଛି । ମଣିଷ ପାଇଁ ଏହା ଅଭିଶାପ ପାଲଟିଥିବା ବେଳେ ପରିବେଶ ଓ ଜୀବଜନ୍ତୁଙ୍କ ପାଇଁ ଏହା ଆଶିର୍ବାଦ ପାଲଟିଛି ।

ଭାରତରେ ଲକ୍‌ଡାଉନ୍‌ ପାଇଁ ପ୍ରାୟ ୧୩୦ କୋଟିରୁ ଉର୍ଦ୍ଧ୍ୱ ଲୋକ ତାଲାବନ୍ଦରେ ଅଛନ୍ତି । ଦେଶରେ ସମସ୍ତ କାର୍ଯ୍ୟାଳୟ, କଳକାରଖାନା ଓ ଗାଡ଼ିମୋଟର ବନ୍ଦ ରହିଛି । ଫଳରେ ଦେଶର ପ୍ରଦୂଷଣରେ ବହୁତ ବଡ଼ ପରିବର୍ତ୍ତନ ଆସିଛି ।

ଉତ୍ତର ଭାରତରେ ୨୦ ବର୍ଷ ତଳେ ପ୍ରଦୂଷଣ ମାତ୍ରା ଯାହା ଥିଲା ଏବେକାର ପ୍ରଦୂଷଣ ମାତ୍ରା ତା’ ଠାରୁ ବହୁ ନିମ୍ନରେ ରହିଥିବା ଦେଖାଯାଇଛି । କିଛି ଦିନ ତଳେ ଗଙ୍ଗା ଓ ଯମୁନା ନଦୀର ପାଣିରେ ବହୁତ ପରିବର୍ତ୍ତନ ଦେଖିବାକୁ ମିଳିଛି । ଅପରିସ୍କାର ଗନ୍ଧଯୁକ୍ତ ପାଣି ଏବେ ସ୍ୱଚ୍ଛ ହୋଇଛି ।

ବାୟୁର ପ୍ରଦୂଷଣ ମାତ୍ରାରେ ବହୁତ ପରିବର୍ତ୍ତନ ଦେଖାଯାଇଛି । ମାନବ ଦ୍ୱାରା ସୃଷ୍ଟି ହୋଇଥିବା ଉତ୍ସରୁ ପ୍ରତିବର୍ଷ ବିଷାକ୍ତ ଏରୋସେଲ୍‌ ଗ୍ୟାସ ସୃଷ୍ଟି ହୋଇଥାଏ । ଯେଉଁ କାରଣରୁ ସହରରେ ବାୟୁ ପ୍ରଦୂଷଣ ହେତୁ ବିଭିନ୍ନ ପ୍ରକାର ହୃଦ୍‌ ଓ ଫୁସ୍‌ଫୁସ୍‌ ଜନିତ ରୋଗ ସୃଷ୍ଟି ହୋଇଥାଏ ।

ମାତ୍ର ଏହି ଲକ୍‌ଡାଉନ କାରଣରୁ ପ୍ରଦୂଷଣରେ ବହୁତ ସୁଧାର ଆସିଥିବା ମହାକାଶ ଗବେଷଣାକାରୀ ସଂସ୍ଥା ନାସା ପକ୍ଷରୁ ଜାରି କରାଯାଇଥିବା ଫଟୋରୁ ଏହା ସ୍ପଷ୍ଟ ଜଣାପଡ଼ୁଛି ।

ମାର୍ଚ୍ଚ ୩୧ରୁ ଏପ୍ରିଲ ୫ ତାରିଖ ମଧ୍ୟରେ ଏରୋସେଲ୍‌ ଅପ୍‌ଟିକାଲ୍‌ ଡେପ୍‌ଥ ମପାଯାଇଥାଏ । ଯାହାକି ୨୦ ବର୍ଷର ସର୍ବନିମ୍ନ ସ୍ତରରେ ଥିବା ନାସା ପକ୍ଷରୁ ପ୍ରକାଶ ପାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.