୧୯୯୩ ମୁମ୍ବାଇ ବୋମା ବିସ୍ଫୋରଣର ମୁଖ୍ୟ ଅଭିଯୁକ୍ତ ଅବଦୁଲ୍ କରିମ ତୁଣ୍ଡା ନିର୍ଦ୍ଦୋଷରେ ଖଲାସ
୧୯୯୩ ମୁମ୍ବାଇ ସିରିଜ ବୋମା ବିସ୍ଫୋରଣ ମାମଲା ମୁଖ୍ୟ ଅଭିଯୁକ୍ତ ଅବଦୁଲ୍ କରିମ ତୁଣ୍ଡାକୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ଆଜି ରାଜସ୍ଥାନର ଆଜମେର ଡାଟା କୋର୍ଟପ୍ରମାଣ ଅଭାବରୁ ଅବଦୁଲ ଦୋଷମୁକ୍ତ ହୋଇଥିବା ଖବର ମିଳିଛି । ଏହି ମାମଲାରେ ଇରଫାନ ଏବଂ ହମିଦୁଦ୍ଦିନଙ୍କୁ କୋର୍ଟ ଦୋଷୀ କରିଛି ।
୧୯୯୩ ମୁମ୍ବାଇ ସିରିଜ ବୋମା ବିସ୍ଫୋରଣ ମାମଲାରେ କୋର୍ଟ ବଡ ନିଷ୍ପତ୍ତି ଶୁଣାଇଛନ୍ତି । କୋର୍ଟ ଘଟଣାର ମୁଖ୍ୟ ଅଭିଯୁକ୍ତ ଅବଦୁଲ୍ କରିମ ତୁଣ୍ଡାକୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ଆଜି ରାଜସ୍ଥାନର ଆଜମେର ଡାଟା କୋର୍ଟପ୍ରମାଣ ଅଭାବରୁ ଅବଦୁଲ ଦୋଷମୁକ୍ତ ହୋଇଥିବା ଖବର ମିଳିଛି । ଏହି ମାମଲାରେ ଇରଫାନ ଏବଂ ହମିଦୁଦ୍ଦିନଙ୍କୁ କୋର୍ଟ ଦୋଷୀ କରିଛି ।
କରିମ ତୁଣ୍ଡାକୁ ୨୦୧୩ରେ ନେପାଳ ବର୍ଡରରୁ ଗିରଫ କରାଯାଇଥିଲା । ବାଂଲାଦେଶ ପଳାୟନ କରିବା ପୂର୍ବରୁ ୧୯୯୩ରେ ଭାରତରେ ୪୦ରୁ ଅଧିକ ବୋମା ବିସ୍ଫୋରଣ କରିଥିବା ଅଭିଯୋଗ ହୋଇଥିଲା । ଏହାର ଅଭିଯୋଗ କରିମ ତୁଣ୍ଡାଙ୍କ ବ୍ୟତୀତ ଇରଫାନ ଏବଂ ହମିଦୁଦ୍ଦିନଙ୍କ ଉପରେ ଲାଗିଥିଲା । ଏହାପରେ ଟାଡା ଆକ୍ଟ ଅଧିନରେ ମାମଲା ଦାୟର ହୋଇଥିଲା । ଏହି ମାମଲାକୁ ନେଇ ଏପର୍ଯ୍ୟନ୍ତ ୧୫୦ ଜଣ ଲୋକଙ୍କ ସାକ୍ଷୀ ନିଆସରିଛି ।
Ajmer, Rajasthan | TADA (Terrorist & Anti-disruptive Activities Act) court acquits 1993 serial bomb blasts’ main accused Abdul Karim Tunda.
— ANI (@ANI) February 29, 2024
ଅବ୍ଦୁଲ କରିମ ତୁଣ୍ଡା ୟୁପି ହାପୁଡରେ ରହୁଥିଲା । ସେ ପିଲ୍ଖୁବାରେ ବଢେଇ କାମ କରୁଥିଲା । ସୟଦ ଅବଦୁଲ ଆତଙ୍କବାଦୀ ସଂଗଠନ ଲଶ୍କର-ଏ-ତୋଏବାର ଜଣେ ସଦସ୍ୟ ବୋଲି କୁହାଯାଏ । ଆଇଏସଆଇରୁ ଟ୍ରେନିଂ ମଧ୍ୟ ନେଇସାରିଛି । ଆଜମେରର ଟାଡା କୋର୍ଟରେ କରିମ ତୁଣ୍ଡା ମାମଲା ୨୦୧୪ରୁ ଚାଲିଛି । ୨୦୨୩ ପର୍ଯ୍ୟନ୍ତ କରିମ ତୁଣ୍ଡା ଆଜମେର ଜେଲରେ ବନ୍ଦ ଥିଲା । ତେଣୁ କୋର୍ଟ ପାଖରେ ସାକ୍ଷ୍ୟ, ପ୍ରମାଣ ନଥିବାରୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି ।