କଟକରେ ଦୂର ହେବ ନାଳ ସମସ୍ୟା, ବକ୍ସ ଡ୍ରେନର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

5 T ଆଧାରରେ ସହରାଞ୍ଚଳ ରୂପାନ୍ତରଣ । ସହରବାସୀଙ୍କ ପାଇଁ ବିଭିନ୍ନ ସୁବିଧା ଓ ସେବା ଉତ୍ସର୍ଗ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କଟକ ସହର ପାଇଁ ନବନିର୍ମିତ ବକ୍ସ ଡ୍ରେନ ଲୋକାର୍ପିତ ହୋଇଛି । ଏହି ପ୍ରକଳ୍ପ ପାଇଁ ଖର୍ଚ୍ଚ ହୋଇଛି ୪୫୦ କୋଟି ଟଙ୍କା । ଏହାଦ୍ବାରା ବର୍ଷ ବର୍ଷ ଧରି ଡ୍ରେନ ଯୋଗୁଁ ନାହିଁ ନ ଥିବା ସମସ୍ୟା ଭୋଗୁଥିବା କଟକବାସୀଙ୍କୁ ମିଳିବ ଆଶ୍ୱସ୍ତି।

କଟକ (କେନ୍ୟୁଜ): 5 T ଆଧାରରେ ସହରାଞ୍ଚଳ ରୂପାନ୍ତରଣ । ସହରବାସୀଙ୍କ ପାଇଁ ବିଭିନ୍ନ ସୁବିଧା ଓ ସେବା ଉତ୍ସର୍ଗ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କଟକ ସହର ପାଇଁ ନବନିର୍ମିତ ବକ୍ସ ଡ୍ରେନ ଲୋକାର୍ପିତ ହୋଇଛି । ଏହି ପ୍ରକଳ୍ପ ପାଇଁ ଖର୍ଚ୍ଚ ହୋଇଛି ୪୫୦ କୋଟି ଟଙ୍କା । ଏହାଦ୍ବାରା ବର୍ଷ ବର୍ଷ ଧରି ଡ୍ରେନ ଯୋଗୁଁ ନାହିଁ ନ ଥିବା ସମସ୍ୟା ଭୋଗୁଥିବା କଟକବାସୀଙ୍କୁ ମିଳିବ ଆଶ୍ୱସ୍ତି। କେବଳ ସେତିକି ନୁହେଁ ବକ୍ସିବଜାର ସମାଜ ଅଫିସ ଠାରୁ ଗହ୍ମାଡ଼ିଆ ପର୍ଯ୍ୟନ୍ତ ୨ ଥାକିଆ ଓ ଗହ୍ମାଡ଼ିଆ ଠାରୁ ଛତ୍ରବଜାର ଯାଏ ଡ୍ରେନ ଉପରେ ଚାରି ଥାକିଆ ରାସ୍ତା ନିର୍ମାଣ ଶେଷ କରାଯାଇ ଉଜ୍ଜ୍ୱଳ ଅଲୋକୀକରଣ ମଧ୍ୟ କରାଯାଇଛି। ଜାଗା ମିଶନରେ ୪ଟି ମହାନଗର ନିଗମ ବ୍ରହ୍ମପୁର, କଟକ, ସମ୍ବଲପୁର ଓ ରାଉରକେଲାରେ ଭୂମି ଅଧିକାର ପ୍ରମାଣପତ୍ର ବଣ୍ଟନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ୨୧ ହଜାର ୪୨୭ ପରିବାରକୁ ଭୂମି ଅଧିକାର ପ୍ରମାଣପତ୍ର ଦିଆଯାଇଛି । ବ୍ରହ୍ମପୁର ସଂପୂର୍ଣ୍ଣ ଡ୍ରିଙ୍କ ଫ୍ରମ ସହର ଘୋଷଣା ହୋଇଛି ।

ଏହାଦ୍ବାରା ସାଢ଼େ ୪ ଲକ୍ଷ ଲୋକ ଉପକୃତ ହେବେ । ସେହିପରି ଝାରସୁଗୁଡ଼ା, ବ୍ରଜରାଜନଗର, ବେଲପାହାଡ଼ ସହିତ ଅନ୍ୟ ୩୦ଟି ସହରର ପାଇଁ ୬୦ଟି ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଲୋକାର୍ପିତ କରିଛନ୍ତି ମୁଖ୍ୟମନ୍ତ୍ରୀ । ୧୧୬୪ କୋଟି ଟଙ୍କା ବିନିଯୋଗରେ ୨୪ଟି ସହର ପାଇଁ ୨୭ଟି ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟର ସମସ୍ତ ୧୧୫ଟି ସହର ପାଇଁ ୬୯୬୧ ରୂପାନ୍ତରିତ ପ୍ରକଳ୍ପ ଲୋକାର୍ପିତ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.