Below header

ଦୀର୍ଘ ୭୦ବର୍ଷ ହେବ ହୋଇଆସୁଛି ନାରାୟଣଙ୍କ ପୀଠରେ ମାଘିମେଳା, ଜମୁଛି ପ୍ରବଳ ଭିଡ଼

ଦୀର୍ଘ ୭୦  ବର୍ଷରୁ ଊର୍ଦ୍ଧ୍ୱ ହେବ ନାରାୟଣଙ୍କ ମନ୍ଦିର ପ୍ରତିଷ୍ଠା ପରଠାରୁ ମାଘ ମାସ ଶୁକ୍ଳପକ୍ଷ ତ୍ରୟୋଦଶୀ ଦିନଠାରୁ ନାରାୟଣଙ୍କ ପୂଜାର୍ଚ୍ଚନା ପରେ ମନ୍ଦିରରେ ମହାଦୀପ ଉଠିଲା ପରେ ଆରମ୍ଭ ହୁଏ ମାଘିମେଳା ।

ଜଗତସିଂହପୁର(କେନ୍ୟୁଜ): ଦୀର୍ଘ ୭୦  ବର୍ଷରୁ ଊର୍ଦ୍ଧ୍ୱ ହେବ ନାରାୟଣଙ୍କ ମନ୍ଦିର ପ୍ରତିଷ୍ଠା ପରଠାରୁ ମାଘ ମାସ ଶୁକ୍ଳପକ୍ଷ ତ୍ରୟୋଦଶୀ ଦିନଠାରୁ ନାରାୟଣଙ୍କ ପୂଜାର୍ଚ୍ଚନା ପରେ ମନ୍ଦିରରେ ମହାଦୀପ ଉଠିଲା ପରେ ଆରମ୍ଭ ହୁଏ ମାଘିମେଳା । ପରମ୍ପରାକୁ ସ୍ଥାନୀୟ ୧୫ ଖଣ୍ଡ ଗ୍ରାମବାସୀଙ୍କ ସମେତ ବାହାରର ଲୋକମାନେ ମଧ୍ୟ ଉପସ୍ଥିତ ରହି ମନୋରଞ୍ଜନ କରନ୍ତି ।

ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ରଘୁନାଥପୁର ପଞ୍ଚାୟତର ନାରାୟଣୀ ପୀଠ ନିକଟରେ ଧୁମଧାମରେ ଚାଲିଛି ପାରମ୍ପରିକ ମାଘିମେଳା । ତେବେ ଦୀର୍ଘ ୭  ଦିନଧରି ଯାତ୍ରା ସାଙ୍ଗକୁ ନାଚଗୀତରେ ଝୁମି ଉଠେ ମାଘି ଯାତ୍ରା ପଡିଆ । ପ୍ରଥମ ଦିନରେ ନାରାୟଣ ଯୁବକ ସଙ୍ଘ ତରଫରୁ ଉଦଘାଟନୀ ଉତ୍ସବରେ ସ୍ଥାନୀୟ ସରପଞ୍ଚ ସୁଚିତ୍ରା ପଣ୍ଡା  ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ ସହିତ ଫିଟାକଟି ଏହି ମେଳାକୁ ଉଦଘାଟନ କରିଥିଲେ । ଅନ୍ୟ ମାଙ୍କ ମଧ୍ୟରେ ସ୍ଥାନୀୟ ବିଦ୍ୟୁତ ବିଭାଗର ଉପଖଣ୍ଡ ଅଧିକାରୀ ବିଶ୍ୱରଂଜନ ଦେହୁରୀ , ମାଘିମେଳା ଯାତ୍ରା କମିଟିର ସଭାପତି ଚନ୍ଦ୍ରକାନ୍ତ ପଣ୍ଡା ,ଆଗାମୀ ଓଡିଶା ର ପ୍ରତିଷ୍ଠାତା ସଦସ୍ୟ ତଥା ବରିଷ୍ଠ ସାମ୍ବାଦିକ ବିଜୟ କୁମାର ସ୍ୱାଇଁ ,ବରିଷ୍ଠ ଶିକ୍ଷକ ଜୟପ୍ରକାଶ ପଣ୍ଡା ,ନାଏବ ସରପଞ୍ଚ ଶ୍ରୀନିବାସ ପଣ୍ଡା ,ରଘୁନାଥପୁର ଅଗ୍ନିଶ୍ରମ ଅଧିକାରୀ ବିଶ୍ୱରଂଜନ ବାଶକେ ପ୍ରମୁଖ ଯୋଗଦେଇ ନାରାୟଣଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଓ ପ୍ରଦୀପ ପ୍ରଜ୍ବଳନ କରି ଆନୁଷ୍ଠାନିକ ଭାବେ ମାଘିମେଳାକୁ ଉଦଘାଟନ କରିଥିଲେ ।

ପରେ ମାଘିମେଳା ଯାତ୍ରା କମିଟିର ପୂର୍ବତନ ସଦସ୍ୟ ସ୍ୱର୍ଗତ ଉତ୍ତମ ଚରଣ ସାହାଣୀ ,ବିଷ୍ଣୁ ଚରଣ ସାହୁ ଓ ବୈରାଗୀ ସେଠିଙ୍କ ସ୍ମୃତି ଉଦେଶ୍ୟରେ ଏକ ମିନିଟ ନିରବ ପ୍ରାର୍ଥନା କରାଯିବା ସହ ସେମାନଙ୍କ ପରିବାରକୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହା ପରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଆରମ୍ଭ ହୋଇଥିଲା ଯାତ୍ରା ।

ଅନୁଷ୍ଠିତ ଏହି ଯାତ୍ରାରେ ମନୋହର ଜିନିଷ ସହିତ ସୁସ୍ୱାଦୁ ଖାଦ୍ୟମେଳା ,ପିଲାମାନଙ୍କ ପାଇଁ ଦୋଳି , ଘରଉପକରଣ କିଣା ବିକାର ମଜା ନେଇଥାନ୍ତି ସ୍ଥାନୀୟ ଜନସାଧାରଣ । ଏହି ଯାତ୍ରା ଦୀର୍ଘ ୭ ଦିନ ଧରି ଅନୁଷ୍ଠିତ ହୁଏ । ସ୍ଥାନୀୟ ଜନସାଧାରଙ୍କ ସହିତ ବାହାରୁ ଆସିଥିବା ଜନସାଧାରଣ ଏହି ଯାତ୍ରାକୁ ବେଶ ଉପଭୋଗ କରିଥାନ୍ତି । ଯାତ୍ରାରେ ଜିଣିଷପତ୍ର କିଣା କିଣି ସହିତ ସୁସ୍ୱାଦୁ ଖାଦ୍ୟ ର ମଜା ନେଇଥାନ୍ତି ।

ସ୍ଥାନୀୟ ନାରାୟଣ ଯୁବକ ସଙ୍ଘ ତରଫରୁ ଶାନ୍ତିଶୁଙ୍ଖଳା ରକ୍ଷା କରିବା ସହିତ ଲୋକମାନେ କିଭଳି ସହଜରେ ଯାତ୍ରା ଉପଭୋଗ କରିପାରିବେ ତାହାର ସୁବ୍ୟବସ୍ଥା କରିଥାନ୍ତି । ଭାଇଚାରାର ଏହି ମେଳା ସ୍ଥାନୀୟ ଅଞ୍ଚଳରେ ଲୋକମାନଙ୍କ ନିକଟରେ ବେଶ ଆଦୃତ ହୋଇଥିବାବେଳେ ଏହି ପରମ୍ପରାକୁ ବଜାୟ ରଖିବା ପାଇଁ ଅଞ୍ଚଳର ଯୁବକମାନେ ଅଣ୍ଟା ଭିଡ଼ିଛନ୍ତି । ସ୍ଥାନୀୟ ବୁଦ୍ଧିଜୀବି ଓ ବୟୋଜ୍ୟେଷ୍ଠ ବ୍ୟକ୍ତିମାନେ ଆଶା ରଖିଛନ୍ତି ଏହି ପରମ୍ପରାକୁ ଆଗାମି ଦିନରେ ଆହୁରି ଆଗକୁ ଆଗେଇନେବେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.