Below header

ସତ୍ୟବାଦୀରୁ ଲଢ଼ିବେ ସଞ୍ଜୟ ଦାସବର୍ମା ! ବିଜେଡି ପକ୍ଷରୁ ଖୁବଶୀଘ୍ର ହେବ ଘୋଷଣା

ସତ୍ୟବାଦୀରୁ ଲଢ଼ିବେ ସଞ୍ଜୟ ଦାସବର୍ମା । ବିଜେଡିର ପ୍ରାର୍ଥୀ ହେବା ନେଇ ଆପାତତଃ ଫାଇନାଲ୍। ଗତକାଲି ସନ୍ଧ୍ୟାରେ ଏନେଇ ଚୂଡାନ୍ତ ନିଷ୍ପତ୍ତି ହୋଇଥିବା ସୂଚନା ମିଳିଛି ।

ଭୁବନେଶ୍ୱର ( କେନ୍ୟୁଜ): ସତ୍ୟବାଦୀରୁ ଲଢ଼ିବେ ସଞ୍ଜୟ ଦାସବର୍ମା । ବିଜେଡିର ପ୍ରାର୍ଥୀ ହେବା ନେଇ ଆପାତତଃ ଫାଇନାଲ୍। ଗତକାଲି ସନ୍ଧ୍ୟାରେ ଏନେଇ ଚୂଡାନ୍ତ ନିଷ୍ପତ୍ତି ହୋଇଥିବା ସୂଚନା ମିଳିଛି । ସତ୍ୟବାଦୀ ଆସନ ବିବାଦକୁ ନେଇ ବୁଧବାର ପ୍ରଥମେ ଶଙ୍ଖ ଭବନରେ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଉଭୟ ସଞ୍ଜୟ ଦାସବର୍ମା ଓ ଉମା ସାମନ୍ତରାୟଙ୍କ ସହ ଆଲୋଚନା କରିଥିଲେ ।

ଏହାପରେ ନବୀନ ନିବାସ ଯାଇଥିଲେ ସଞ୍ଜୟ ଦାସବର୍ମା । ଏଠାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା, ଯେଉଁଥିରେ ସଞ୍ଜୟ ଦାସବର୍ମା ସତ୍ୟବାଦୀରୁ ଲଢିବେ ବୋଲି ନିଷ୍ପତ୍ତି ହୋଇଥିଲା । ଉମାକାନ୍ତ ସାମନ୍ତରାୟ ବ୍ରହ୍ମଗିରିରୁ ପ୍ରାର୍ଥୀ ହେବେ ବୋଲି ବୈଠକରେ ନିଷ୍ପତ୍ତି ହୋଇଥିବା ଜଣାପଡ଼ିଛି । ତେବେ ବିଧିବଦ୍ଧ ଭାବେ ଦଳ ତରଫରୁ ଖୁବଶୀଘ୍ର ଏ ସମ୍ପର୍କରେ ଘୋଷଣା କରାଯିବ ବୋଲି ବିଜେଡି ସୂତ୍ରରୁ ସୂଚନା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.