ଆଇପିଏଲ୍‌ ଭଳି ମିଳିବ ଟେଷ୍ଟ ମ୍ୟାଚର ଫି, ବିସିସିଆଇ ନେଇପାରେ ବଡ଼ ନିଷ୍ପତ୍ତି !

ଦିନକୁ ଦିନ ଆଇପିଏଲ ପ୍ରତି ଖେଳାଳିମାନେ ଅଧିକ ଆକର୍ଷିତ ହେଉଥିବା ବେଳେ ଟେଷ୍ଟ କ୍ରିକେଟ ପ୍ରତି ଖେଳାଳିମାନେ ଦୂରେଇ ଯାଉଥିବା ଦେଖାଯାଉଛି । ତେଣୁ ବିସିସିଆଇ ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛି । ଆଇପିଏଲ ଭଳି ଟେଷ୍ଟ କ୍ରିକେଟରେ ମଧ୍ୟ ଖେଳାଳି ବଢିଆ ରୋଜଗାର କରିପାରିବେ । ବୋର୍ଡ ଘରୋଇ ଏବଂ ଅର୍ନ୍ତଜାତୀୟ ସ୍ତରରେ ରେଡ ବଲ୍‌ କ୍ରିକେଟ ଖେଳ ଖେଳୁଥିବା ଖେଳାଳିଙ୍କ ମ୍ୟାଚ ଫି ୩ ଗୁଣା ବଢାଇପାରେ ।

ଟେଷ୍ଟ କ୍ରିକେଟ ପ୍ରତି ଖେଳାଳିଙ୍କ ରୁଚି ବଢାଇବା ପାଇଁ ବିସିସିଆଇ ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛି । ଦିନକୁ ଦିନ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ) ପ୍ରତି ଖେଳାଳିମାନେ ଅଧିକ ଆକର୍ଷିତ ହେଉଥିବା ବେଳେ ଟେଷ୍ଟ କ୍ରିକେଟ ପ୍ରତି ଖେଳାଳିମାନେ ଦୂରେଇ ଯାଉଥିବା ଦେଖାଯାଉଛି । ତେଣୁ ବିସିସିଆଇ ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛି । ନିକଟରେ ଏକ ରିପୋର୍ଟ ପ୍ରକାଶ ପାଇଥିଲା କି, ବୋର୍ଡ ଘରୋଇ ଏବଂ ଅର୍ନ୍ତଜାତୀୟ ସ୍ତରରେ ରେଡ ବଲ୍‌ କ୍ରିକେଟ ଖେଳ ଖେଳୁଥିବା ଖେଳାଳିଙ୍କ ମ୍ୟାଚ ଫି ୩ ଗୁଣା ବଢାଇପାରେ । ରଣଜୀ ଟ୍ରଫି ଖେଳୁଥିବା ଖେଳାଳି ୭୫ ଲକ୍ଷ ପର୍ଯ୍ୟନ୍ତ ଏବଂ ଭାରତ ପାଇଁ ଏକ ବର୍ଷ ଟେଷ୍ଟ ଖେଳିଥିବା ଖେଳାଳି ୧୫ କୋଟି ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିପାରିବେ । ବିସିସିଆଇ ଏହି ନିଷ୍ପତ୍ତିକୁ ନେଇ ଭାରତୀୟ ଟିମ୍‌ ଅଧିନାୟକ ରୋହିତ ଶର୍ମା ଏବଂ କୋଚ୍‌ ରାହୁଲ ଦ୍ରାବିଡଙ୍କ ସହିତ କଥା ହୋଇଛନ୍ତି ।

ବିସିସିଆଇ ନିକଟରେ ବାର୍ଷିକ ଚୁକ୍ତି ଘୋଷଣା କରିଛି । ଈଶାନ କିଶନ ଏବଂ ଶ୍ରେୟସ ଆୟରଙ୍କ ଭଳି ଖେଳାଳିଙ୍କ ନାମ ନାହିଁ । ୨୦୨୩-୨୪ ପାଇଁ ଜାରି କରାଯାଇଥିବା କଣ୍ଟ୍ରାକ୍ଟ ଲିଷ୍ଟରେ ଏହି ଦୁଇ ଖେଳାଳିଙ୍କ ନାଁ ନାହିଁ । ଉଭୟ ଖେଳାଳି ଘରୋଇ କ୍ରିକେଟରେ ଅଂଶଗ୍ରହଣ କରିନଥିଲେ । ସେହିପରି ପାଣ୍ଡ୍ୟା ବ୍ରଦର୍ସ ମଧ୍ୟ ଆଇପିଏଲ ପାଇଁ ପ୍ରସ୍ତୁତି ହେଉଛନ୍ତି, ସେମାନେ ରଣଜୀ ଟ୍ରଫିରେ ଭାଗ ନେଇନଥିଲେ । ଶ୍ରେୟସ ପିଠିରେ ଯନ୍ତ୍ରଣା ବାହାନା ଦେଇ ରଣଜୀ ଟ୍ରଫି ଖେଳିନଥିଲେ, କିନ୍ତୁ ଏନସିଏ ତାଙ୍କୁ ଫିଟ୍‌ ଘୋଷଣା କରିଥିଲା ।

ବିସିସିଆଇ ଭାରତୀୟ ଟିମକୁ ଏକ ସୁପାରିଶ ମାଗିଛି । ଖେଳରେ ସବୁଠାରୁ ଅଧିକ ସମୟ ଧରି ରହିଥିବା ଖେଳାଳି, ପ୍ରଥମ ଶ୍ରେଣୀ ଖେଳାଳି ଥିବା ଖେଳାଳିଙ୍କୁ ଆଇପିଏଲ କ୍ରିକେଟ ଭଳି ସମାନ ସ୍ତରରେ ପୁରସ୍କୃତ କରାଯିବ । ଯଦି କୌଣସି ଖେଳାଳି ରଣଜୀ ଟ୍ରଫି ଖେଳୁଛି, ତେବେ ୭୫ ଲକ୍ଷ ଟଙ୍କା ରୋଜଗାର କରିବାର ସକ୍ଷମ ହୋଇପାରିବ । ଆଉ ଯଦି କୌଣସି ଖେଳାଳି ବର୍ଷେ ଯାଏ ସବୁ ଟେଷ୍ଟ ମ୍ୟାଚ ଖେଳିବ, ତେବେ ୧୫ କୋଟି ଟଙ୍କା ରୋଜଗାର କରିପାରିବେ । ତେବେ ବୋର୍ଡ ଏକାଥରେ ୩ ଗୁଣା ମ୍ୟାଚ ଫି ବଢାଇପାରିବ ନାହିଁ, ତେଣୁ ଏକ ଅନୁକୂଳ ସମୟରେ ଘୋଷଣା କରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.