ଭାରତର ଅର୍ଥବ୍ୟବସ୍ଥାକୁ ମୋଦି ସରକାର ଭାଙ୍ଗି ଦେଇଛନ୍ତି: ଅଖିଳେଶ ଯାଦବ
ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ ଦେଶର ଅର୍ଥ ବ୍ୟବସ୍ଥାକୁ ନେଇ ମୁହଁ ଖୋଲିଛନ୍ତି। ଅଖିଳେଶ କହିଛନ୍ତି, ମୋଦି ସରକାରଙ୍କ ଯୋଉଁ ଦେଶର ଅର୍ଥ ବ୍ୟବସ୍ଥା ସଙ୍କଟରେ ଗତି କରୁଛି। ନୋଟବନ୍ଦୀ, ଜିଏସଟି ବ୍ୟବସାୟ ଉପରେ ବହୁତ ପ୍ରଭାବ ପକାଇଛି। ଏହା ଯୋଗୁଁ ଛୋଟ ଏବଂ ଘେରାଇ ଉଦ୍ୟୋଗ ବନ୍ଦ ହେବା ସହ, ଦେଶର ଅଟୋମୋବାଇଲ ସେକ୍ଟର ଉପରେ ମଧ୍ୟ ବେଶ ପ୍ରଭାବ ପକାଇଛି। ବିଦେଶୀ ମୁଦ୍ରସ୍ଫୀତି ୭୨.୭ କୋଟି ତଳକୁ ଖସିଆସିଛି।
ଭାରତର ଅର୍ଥ ବ୍ୟବସ୍ଥା ଖସି ସପ୍ତମ ସ୍ଥାନରେ ରହିଛି ବୋଲି ଅଖିଳେଶ କହିଛନ୍ତି। ଭାରତ ୧୯୬୪ ମସିହା ବେଳକୁ ଯେଉଁ ସ୍ଥାନରେ ରହିଥିଲା ବର୍ତ୍ତମାନ ମୋଦି ସରକାର ଏହାକୁ ପୂର୍ବଭଳି ସ୍ଥିତିକୁ ନେଇଆସିଛନ୍ତି। ଗତ ଛଅ ବର୍ଷ ମଧ୍ୟରେ ପାଖାପାଖି ୩.୭ କୋଟି ଶ୍ରମିକଙ୍କୁ ବରବାଦ କରିସାରିଲେଣି ମୋଦି ସରକାର ବୋଲି ଅଖିଳେଶ କହିଛନ୍ତି।