ବନ୍ଦ ହେଉନି ଘୃଣ୍ୟ ପ୍ରଥା, ଦୁବାଇରୁ ଫୋନରେ ତଲାକ୍ ଦେଲେ ସ୍ୱାମୀ

କଟକ(କେନ୍ୟୁଜ୍): ଟ୍ରିପଲ ତଲାକ ବେଆଇନ ହେବା ପରେ ବି ବନ୍ଦ ହେଉନି ଘୃଣ୍ୟ ପ୍ରଥା। କଟକ ଜିଲ୍ଲା ନେମାଳ ଥାନାର ନରେନ୍ଦ୍ରପୁର ଗାଁରୁ ଆସିଛି ଏକ ତିନି ତଲାକ ଘଟଣା। ଯାଜପୁର ଜିଲ୍ଲା ବ୍ରହ୍ମବରଦାର ସାଇରାବାନୁ ୨୦୦୭ରେ ନରେନ୍ଦ୍ରପୁରର ମୀର ଅବଦୁଲ ରହିମଙ୍କୁ ମୁସଲିମ ପ୍ରଥା ଅନୁଯାୟୀ ବିବାହ କରିଥିଲେ। ଦୁବାଇରେ କାମ କରୁଥିବା ରହିମ ଫୋନରେ ସାଇରାବାନୁଙ୍କୁ ତଲାକ ଦେବା ପରେ ସେ ଅସହାୟ ହୋଇପଡ଼ିଛନ୍ତି। ଦୁଇଟି ଝିଅ ଜନ୍ମ ହେବାପରେ ତାଙ୍କ ଶାଶୂ ଘର ଲୋକେ ନାନା ନିର‌୍ୟାତନା ଦେବା ସହ ଘରୁ ତଡ଼ି ଦେଇଛନ୍ତି। ନିଜର ଦୁଇ ନାବାଳିକା ଝିଅଙ୍କୁ ଧରି ବିଧବା ମାଙ୍କ ପାଖରେ ଆଶ୍ରୟ ନେଇଛନ୍ତି ସାଇରାବାନୁ। ସେପଟେ ନରେନ୍ଦ୍ରପୁର ଫାଣ୍ଡିରେ ଦୁଇଦୁଇ ଥର ଏତଲା ହୋଇଥିଲେ ମଧ୍ୟ ପୋଲିସ ଏହାକୁ ଗୁରୁତ୍ୱ ଦେଇନଥିବା ଅଭିଯୋଗ କରିଛନ୍ତି ସାଇରାବାନୁ।