Below header

ଦେଖନ୍ତୁ Viral Video: ଆମେରିକୀୟ ୟୁଟ୍ୟୁବର PIZZA ପ୍ୟାନକୁ ସଫା କରିବା ପାଇଁ କଣ କଣ କରୁଛନ୍ତି, ସୋସିଆଲ ମିଡିଆରେ ମିଳିସାରିଲାଣି 2 କୋଟିରୁ ଅଧିକ ଭିୟୁ !

ଆମେରିକାରେ ରହୁଥିବା ୟୁଟ୍ୟୁବର ତଥା ଟିକଟକ ଷ୍ଟାର ଆୟଲା ଜାୟନ ପିଜା ପ୍ୟାନ ସଫା କରୁଥିବାର ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରଲ ହେଉଛି। ଏଥିରେ ଆୟଲା ନିଜ ପିଜା ପ୍ୟାନକୁ ଦେଖାଇ କହୁଛନ୍ତି, ଏହା ବହୁତ ଅପରିଷ୍କାର ହୋଇଛି। ଏହାକୁ ମୋତେ ସଫା କରିବାକୁ ବହୁତ କଷ୍ଟ କରିବାକୁ ପଡ଼ିବ। ତେବେ ଏହି ଭାଇରଲ ଭିଡ଼ିଓରେ ଦେଖିବାକୁ ମିଳୁଥିବା ପିଜା ପ୍ୟାନ ପଛପଟ ଜଳିଯାଇଛି ଏବଂ ଏହି କାରଣରୁ ପ୍ୟାନର ଜାଲି ମଧ୍ୟ ଜଳନ୍ତା ଅଙ୍ଗାରରେ ବନ୍ଦ ହୋଇଯାଇଛି।

@aylajalynI’m all for flavor but eww… 🤣

♬ original sound – aylajalyn

@aylajalyn2nd attempt at cleaning the now “famous” pizza pan… 🤦🏼‍♀️♬ original sound – aylajalyn

ଆୟଲା ପ୍ୟାନଟିକୁ ସଫା କରିବା ପାଇଁ ବିଭିନ୍ନ ପ୍ରକାର ଉପାୟ ଆପଣାଉଛନ୍ତି। ପ୍ରଥମେ ସେ ପିଜା ପ୍ୟାନକୁ ସାଧାରଣ ବାସନ ମଜା ସାବୁନ ଓ ପାଣିରେ ସଫା କରୁଛନ୍ତି। କିନ୍ତୁ ବିଫଳ ହେଉଛନ୍ତି। ଏହାପରେ କ୍ଲିନ ସ୍ପ୍ରେ ବ୍ୟବହାର କରୁଛନ୍ତି। ତଥାପି ପ୍ୟାନଟି ସଫା ହୋଇପାରୁନାହିଁ। ପରଦିନ ସଫ୍ଟ ଡ୍ରିଙ୍କ, ବେକିଂ ସୋଡା ଏବଂ ଅନ୍ୟ କେମିକାଲ ପାଉଡର ବ୍ୟବହାର କରୁଛନ୍ତି। ଏତେ ସବୁ କରିବା ପରେ ବି ପ୍ୟାନଟି ଯେମିତିକୁ ସେମିତି ପଡିରହିଛି।

@aylajalynFINAL attempt at cleaning the now “famous” pizza pan… 🙌♬ original sound – aylajalyn

ଏହାପରେ ସେ ଡ୍ରାୟର ଶିଟ ଏବଂ ଗରମ ପାଣି ବ୍ୟବହାର କରିଥିଲେ ମଧ୍ୟ ରେଜଲ୍ଟ ଭଲ ମିଳି ନ ଥିଲା। କେବଳ ଏତିକି ନୁହେଁ, ଆୟଲା ଆମୋନିଆ, ଧଳା ସିର୍କା ଆଦି ବିଭିନ୍ନ ଜିନିଷ ବ୍ୟବହାର କରିଥିଲେ, ତଥାପି ପ୍ୟାନରେ କିଛି ପରିବର୍ତ୍ତନ ଦେଖାଦେଇ ନ ଥିଲା। ଏପରିକି, ସ୍କ୍ରୁ ଡ୍ରାଇଭରରେ ଜାଲିରୁ ମଇଳା ସଫା କରିବାକୁ ଚେଷ୍ଟା କରିଥିଲେ ବି ସଫଳ ହୋଇପାରି ନ ଥିଲେ।

@aylajalyn3rd attempt at cleaning the now even MORE “famous” pizza pan… 🤦🏼‍♀️♬ original sound – aylajalyn

ଶେଷରେ ସେ ଏହାକୁ ଅଳିଆରେ ଫିଙ୍ଗିଦେଇଥିଲେ। ସେପଟେ ଏହି ଭିଡ଼ିଓକୁ ଦେଖିବା ପରେ ସୋସିଆଲ ମିଡିଆରେ ଲୋକେ ବିଭିନ୍ନ ପ୍ରକାର କମେଣ୍ଟ ଦେଉଛନ୍ତି। ଲକଡାଉନ ସମୟରେ ଏହା ଏକ ଭଲ ଏକ୍ସରସାଇଜ ବୋଲି ଜଣେ ୟୁଜର କହିଛନ୍ତି। ଏ ପର୍ଯ୍ୟନ୍ତ ଏହାକୁ 22 ମିଲିୟନରୁ ଅଧିକ ଭିୟୁ ମିଳିସାରିଲାଣି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.