Below header

ଇଡି ଜାଲରେ ଆଉ ଜଣେ ଆପ ମନ୍ତ୍ରୀ, କୈଳାସ ଗେହଲଟଙ୍କୁ ୫ ଘଣ୍ଟା ଧରି ଇଡିର ପଚରାଉଚରା

ଇଡି ଜାଲରେ ଆଉ ଜଣେ ଆପ ମନ୍ତ୍ରୀ। ଦିଲ୍ଲୀ ମନ୍ତ୍ରୀ କୈଳାସ ଗେହଲଟଙ୍କୁ ୫ ଘଣ୍ଟା ଧରି ଇଡିର ପଚରାଉଚରା। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ମାର୍ଚ୍ଚ ୨୧ରେ ଗିରଫ କରିବାର ଦୁଇ ଦିନ ପରେ ଗେହଲଟଙ୍କୁ ପଚରାଉଚରା କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ।

ଇଡି ଜାଲରେ ଆଉ ଜଣେ ଆପ ମନ୍ତ୍ରୀ। ଦିଲ୍ଲୀ ମନ୍ତ୍ରୀ କୈଳାସ ଗେହଲଟଙ୍କୁ ୫ ଘଣ୍ଟା ଧରି ଇଡିର ପଚରାଉଚରା। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ମାର୍ଚ୍ଚ ୨୧ରେ ଗିରଫ କରିବାର ଦୁଇ ଦିନ ପରେ ଗେହଲଟଙ୍କୁ ପଚରାଉଚରା କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଦିଲ୍ଲୀ ଅବକାରୀ ନୀତି ଡ୍ରାଫ୍ଟ କମିଟର ସଦସ୍ୟ ଥିଲେ କୈଳାସ ଗେହଲଟ।

ସାଉଥ ଗ୍ରୁପକୁ ଡ୍ରାଫ୍ଟ ଲିକ୍ ହୋଇଥିବା ଇଡି ଦାବି କରିଛି। ନଜଫଗଡ଼ର ବିଧାୟକ କୈଳାସ ଗେହଲଟ ଦିଲ୍ଲୀ ସରକାରରେ ଗୃହ, ପରିବହନ ଏବଂ ଆଇନ ମନ୍ତ୍ରୀ ଅଛନ୍ତି। କୈଳାସ ଗେହଲଟ ଅନେକ ଥର ତାଙ୍କ ମୋବାଇଲ ନମ୍ବର ବଦଳାଇଥିବା ପୂର୍ବରୁ ଅଭିଯୋଗ କରିଥିଲା ଇଡି। ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଏ ପର୍ଯ୍ୟନ୍ତ ୩ ଜଣ ଆପ ନେତା ଗିରଫ ହୋଇସାରିଲେଣି । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ, ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଓ ସାଂସଦ ସଞ୍ଜୟ ସିଂ ଗିରଫ ହୋଇ ଜେଲରେ ଅଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.