Below header

୨୦୨୦ ଟୋକିୟୋ ଅଲିମ୍ପିକ୍ସରେ ଖରା ସାଜିପାରେ ବାଧକ, ତେଣୁ ଦର୍ଶକଙ୍କ ଉପରେ ସ୍ପ୍ରେ କରାଯିବ ନକଲି ବରଫ

ମୁଣ୍ଡ ବିନ୍ଧାର କାରଣ ସାଜିପାରେ ଗରମ । ଷ୍ଟାଡିୟମର ଦର୍ଶକଙ୍କ ଉପରେ ସ୍ପ୍ରେ କରାଯିବ ନକଲି ବରଫ । ୨୦୨୦ରେ ଟୋକିଓରେ ଆୟୋଜିତ ହେବାକୁ ଯାଉଛି କ୍ରୀଡ଼ାର ମହାକୁମ୍ଭ ଅଲିମ୍ପିକ୍ସ । ଜୁଲାଇ- ଅଗଷ୍ଟ ମାସ ବେଳକୁ ଏହି ମେଗା ଇଭେଣ୍ଟ ଆୟୋଜିତ ହେବ । ବଡ଼ କଥା ଏହା ହେଉଛି ସେହି ସମୟ ଯେବେ ଟୋକିୟୋରେ ତାପମାତ୍ରା ରହିଥାଏ ୩୫ରୁ ୪୦ ଡିଗ୍ରି ।

artisfeciaତେବେ ଏହିସମୟରେ ଦର୍ଶକଙ୍କୁ ଗରମ ଦାଉରୁ ରକ୍ଷା ପହଞ୍ଚାଇବା ଓ ଏଭଳି ପାଗରେ ଅଲିମ୍ପିକ୍ସ ଆୟୋଜନ କରିବା ଆୟୋଜକଙ୍କ ପାଇଁ ଚିନ୍ତାର କାରଣ ପାଲଟିଥିଲା । ଯେଉଁଥିପାଇଁ ଏବେ ଏକ ନୂଆ ଉପାୟ କାଢିଛି ଅଲିମ୍ପିକ୍ସ ଆୟୋଜନ କମିଟି ।

ଆହୁରି ପଢନ୍ତୁ:  ବୟସ ଆଗରେ ହାର ମାନିନି ନିଶା, ୪୨ ମିଟର ଗଭୀର ପାଣିରେ କରିସ୍ମା ଦେଖାଇଲେ ୯୬ ବର୍ଷୀୟ ବୃଦ୍ଧ

ଗରମ କମାଇବାକୁ ଦର୍ଶକଙ୍କ ଉପରେ ବରଫ ସ୍ପ୍ରେ କରିବାକୁ ଚିନ୍ତା କରିଛନ୍ତି ଅଲିମ୍ପିକ୍ସ ଅର୍ଗାନାଇଜର୍‌ । କେବଳ ଦର୍ଶକ ନୁହେଁ ଏହି ସମୟରେ ମଇଦାନ ଉପରେ ଓ ସହରର ବିଭିନ୍ନ ସ୍ଥାନରେ ବରଫ ସ୍ପ୍ରେ କରାଯିବା ନେଇ ଯୋଜନା କରାଯାଉଛି । ଏହାଦ୍ୱାରା ତାପମାତ୍ରା ୫-୧୦ ଡିଗ୍ରି କମିବ । ତେବେ ଏଥିପାଇଁ ପ୍ରଥମେ ନକଲି ବରଫ ସ୍ପ୍ରେ କରାଯାଇ ଟେଷ୍ଟ କରାଯିବ । ଯଦି ପରୀକ୍ଷା ସଫଳ ହୁଏ ଏହାକୁ ଅଲିମ୍ପିକିସରେ ଲାଗୁ କରାଯିବ ବୋଲି ଆୟୋଜନ କମିଟିର ଜଣେ ସଦସ୍ୟ କହିଛନ୍ତି । ପରୀକ୍ଷଣ ପାଇଁ ଆସନ୍ତା ୧୩ ତାରିଖକୁ ଦିନ ଧାର୍ଯ୍ୟ କରାଯାଇଛି ।

artisfecial ice

ଅଲିମ୍ପକିସ କମିଟି ପକ୍ଷରୁ ଦାବି କରାଯାଇଛି ଏହା ଦ୍ୱାରା ପରିବେଶକୁ କୌଣସି କ୍ଷତି ପହଞ୍ଚିବ ନାହିଁ । ଅର୍ଟିଫିସିଏଲ ବରଫ ପାଇଁ ସ୍ନୋ ମେକିଙ୍ଗ ମେସିନର ବ୍ୟବହାର କରାଯିବ । ସ୍ନୋ ମେକିଙ୍ଗ ମେସିନ ଦ୍ୱାରା ଦିନକୁ ୧୦ଟନ୍‌ ବରଫ ତିଆରି କରାଯାଇ ପାରିବ ବୋଲି ଆୟୋଜନ କମିଟି ପକ୍ଷରୁ କୁହାଯାଇଛି ।

ଆହୁରି ପଢନ୍ତୁ: ବିନା ହେଲମେଟର ଯାଉଥିଲେ ପୋଲିସ ବାବୁ,  ରାସ୍ତା ମଝିରେ ଯୁବକ କାଟିଲେ ଚାଲଣ, ପରେ କଣ ହେଲା ଦେଖନ୍ତୁ ଭିଡିଓ

ଆଲିମ୍ପିକିସରେ ଭାଗନେଉଥିବା ଖେଳାଳି ଓ ଅଫିସିଆଲଙ୍କୁ ଉନ୍ନତ ସୁବିଧା ଦେବାକୁ ସ୍ପୋର୍ଟ ଭିଲେଜରେ ଏସି ଟେଣ୍ଟ, କୁଲିଙ୍ଗ ଷ୍ଟେସନ ନିର୍ମାଣ ପାଇଁ ବି ଯୋଜନା ଚାଲିଥିବା ଚର୍ଚ୍ଚା ହେଉଛି ।

ଜାପାନରେ ଶେଷ ଥର ପାଇଁ ୧୯୬୪ରେ ଅଲିମ୍ପିକ୍ସ ଆୟୋଜିତ ହୋଇଥିଲା । ସେ ସମୟରେ ଗେମ୍ସ ଅକ୍ଟୋବର ମାସରେ ଆୟୋଜିତ ହୋଇଥିଲା । ହେଲେ ଏବେ ଏହି ମେଗା ଇଭେଣ୍ଟ ଜୁଲାଇ ଅଗଷ୍ଟରେ ଆୟୋଜିତ ହେଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.