ବୟସ ଆଗରେ ହାର ମାନିନି ନିଶା, ୪୨ ମିଟର ଗଭୀର ପାଣିରେ କରିସ୍ମା ଦେଖାଇଲେ ୯୬ ବର୍ଷୀୟ ବୃଦ୍ଧ
ଗଭୀର ସମୁଦ୍ର ପାଣିରେ ବୃଦ୍ଧଙ୍କ ସ୍କୁଭା ଡାଇଭିଂ । ୪୨ ମିଟର ଗଭୀର ପାଣିରେ କରିସ୍ମା ଦେଖାଇଲେ ୯୬ ବର୍ଷୀୟ ବୃଦ୍ଧ । ରିପବ୍ଲିକ ଅଫ ସାଇପ୍ରସର ଏହି ବୃଦ୍ଧଙ୍କ ନାଁ ହେଉଛି ରେ ବୁଲେ । ଜଣେ ସ୍କୁଭା ଡାଇଭର୍ ଭାବେ ବୁଲେ ଯାହା କରି ଦେଖାଇଛନ୍ତି ତାକୁ ସହଜରେ କେହି ଏବେ ବିଶ୍ୱାସ କରି ପାରୁନାହାନ୍ତି । ବୁଲେ ୪୮ ମିନିଟରେ ୪୨ ମିଟର ଗଭୀର ପାଣିରେ ସ୍କୁଭା ଡାଇଭିଂ କରି ଇତିହାସ ରଚିଛନ୍ତି । ନିଜ ଜନ୍ମ ଦିନରେ ଏହି ବୟସ୍କ ସ୍କୁଭା ଡାଇବର୍ ନିଜ ରେକର୍ଡ ନିଜେ ଭାଙ୍ଗିଛନ୍ତି ।
ଦ୍ୱିତୀୟ ବିଶ୍ୱ ଯୁଦ୍ଧରେ ଜଣେ ରେଡିଓ ଅପରେଟର୍ ଥିବା ବୁଲେ ନିକଟରେ ନିଜର ୯୬ତମ ଜନ୍ମ ଦିବସ ପାଳିଛନ୍ତି । ଏହି ଅସବରରେ ସେ ଏକ ସ୍କୁଭା ଡାଇଭିଂ ପ୍ରତିଯୋଗିତାର ଆୟୋଜନ କରିଥିଲେ । ତାଙ୍କ ସହ ପ୍ରତିଯୋଗିତାରେ ଭାଗ ନେଇଥିଲେ ୪୭ ଜଣ ସ୍କୁଭା ଡାଇଭର୍ । ଏହି ସମୟରେ ବୁଲେ ୪୨ ମିଟର ଗଭୀର ପାଣିରେ ସ୍କୁଭା ଡାଇଭିଂ କରି ଇତିହାସ ରଚିଥିଲେ । ତିନି ବର୍ଷ ଆଗରୁ ୪୪ ମିନିଟରେ ୪୦.୬ ମିଟର୍ ଗଭୀର ପାଣିରେ ସ୍କୁଭା ଡାଇଭି ଂ କରି ବୁଲେ ସମସ୍ତଙ୍କୁ ଚମକାଇ ଦେଇଥିଲେ । ତାଙ୍କର ସେହି ରେକର୍ଡ ଆଜି ଯାଏ କେହି ଭାଙ୍ଗି ପାରି ନାହାନ୍ତି ।
ବିଶ୍ୱ ଯୁଦ୍ଧର ୭୫ ବର୍ଷ ପରେ ବଲେଙ୍କ ଫିଟନେସ ଓ ସ୍କୁବା ଡାଇଭିଂ ର କଳା ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାରେ । ବୁଲେଙ୍କ ବାହାଦୁରୀ ଓ କାରନାମା ଉପରେ ଏକ ଡକ୍ୟୁମେଣ୍ଟାରୀ ବି ତିଆରି କରାଯାଇଛି । ଯାହାର ନାଁ ଲାଇଫ୍ ବିଗିନ୍ସ ଏଟ୍ ୯୦ ସେଞ୍ଚୁରୀ ।