ବାରିପଦା: ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ କରିବା ପଡ଼ିଲା ମହଙ୍ଗା, ନିଲମ୍ବିତ ହେଲେ ପୋଲିସ କର୍ମଚାରୀ ଜଓ୍ଵାହାର ବେରା

ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ କରିବା ପଡ଼ିଲା ମହଙ୍ଗା । ନିଲମ୍ବିତ ହେଲେ ପୋଲିସ କର୍ମଚାରୀ ଜଓ୍ଵାହାର ବେରା । ସେହିପରି ଅଭିଯୁକ୍ତ ପୋଲିସ ବିରୋଧରେ ବାରିପଦା ଟାଉନ ଥାନାରେ ପୋକ୍‌ସୋ ଆକ୍ଟ ଅନୁଯାୟୀ ମାମଲା ରୁଜୁ ହୋଇଛି । ସୂଚନା ମୁତାବକ ମୟୁରଭଞ୍ଜ ଜିଲ୍ଲା ବାରିପଦା ଏସପି ଅଫିସ କାର୍ଯ୍ୟାଳୟ ନିକଟରେ ଅଭିଯୁକ୍ତ ଜଓ୍ଵାହାର ବେରା ନାମକ ପୋଲିସ କର୍ମଚାରୀ ଇନଡୋର ଷ୍ଟାଡିୟମ ଦେଇ ଆସୁଥିବା ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରିବା ସହ ନିଛାଟିଆ ପମ୍ପ ହାଉସକୁ ଟାଣି ନେଇଥିଲା । ଏ ନେଇ ଛାତ୍ରୀ ଜଣକ ଘରଲୋକକୁ ଜଣାଇବା ପରେ ଛାତ୍ରୀଙ୍କ ବାପା ଅଭିଯୁକ୍ତ ପୋଲିସକୁ ବାନ୍ଧି ଦେଇ ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଅଭିଯୁକ୍ତକୁ ଉଦ୍ଧାର କରି ଥାନାକୁ ନେଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.