Below header

ପୁଣି ଓଡିଶା ପାଇଁ ଖୁସି ଖବର, ‘ମିଶନ ଗଗନୟାନ’ରେ ଅନ୍ତରୀକ୍ଷ ଯାତ୍ରା କରିବେ ବଲାଙ୍ଗୀରର ୱିଙ୍ଗ୍‍ସ କମାଣ୍ଡର ନିଖିଳ ରଥ

ଭାରତରେ ଚନ୍ଦ୍ରାୟନ-୨କୁ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ବଲାଙ୍ଗୀର ତଥା ଓଡ଼ିଶା ପାଇଁ ଆଉ ଏକ ନୂଆ ଖବର ଆସି ପହଞ୍ଚିଛି। ଭାରତର ପ୍ରଥମ ମାନବ ଅନ୍ତରୀକ୍ଷ ଯାତ୍ରା ‘ମିଶନ ଗଗନୟାନ’ ପାଇଁ ଭାରତୀୟ ବାୟୁସେନା ପ୍ରସ୍ତୁତି ଆରମ୍ଭ କରିଛି। ଏଥିପାଇଁ ପ୍ରଥମ ପର୍ଯ୍ୟାୟ ମହାକାଶଚାରୀ ଚୟନ ପ୍ରକ୍ରିୟା  ହୋଇଥିବା ବେଳେ ବଲାଙ୍ଗୀର ପୁଅ ୱିଙ୍ଗ୍‍ସ କମାଣ୍ଡର ଫାଇଟର ପାଇଲଟ୍‍ ନିଖିଳ ରଥ ମନୋନୀତ ହୋଇଥିବା ଜଣାପଡିଛି।

ବଲାଙ୍ଗୀରର ବ୍ୟବସାୟୀ ଅଶୋକ ରଥ ଓ ମହିଳା କମିଶନର ସଦସ୍ୟା କୁଶୁମ ରଥଙ୍କ ପୁଅ ହେଉଛନ୍ତି ନିଖିଳ। ପ୍ରଥମ ଓଡ଼ିଆ ଭାବେ ନିଖିଳ ଗଗନୟାନ ମିଶନରେ ସାମିଲ ହୋଇଥିବାରୁ ସବୁ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି। ନିଖିଳ ବଲାଙ୍ଗୀର କେନ୍ଦ୍ରୀୟ ବିଦ୍ୟାଳୟରୁ ୧୯୯୮ରେ ସ୍କୁଲ ଶିକ୍ଷା ଶେଷ କରିବା ପରେ ସେ ଦିଲ୍ଲୀ ସ୍ଥିତ ଡିପିଏସ୍‍ରୁ ଯୁକ୍ତ ଦୁଇ ପାସ କରିଥିଲ। ହିନ୍ଦୁ କଲେଜରେ ଯୁକ୍ତ ତିନି ପଢିବା ବେଳେ ସେ ଜାତୀୟ ସୁରକ୍ଷା ଏକାଡେମୀ(ଏନ୍‍ଡିଏ) ପଇଁ ମନୋନୀତ ହୋଇଥିଲେ। ୨୦୦୩ରେ ସେ ଏନ୍‍ଡିଏରୁ ପାସ୍‍ କରିବା ପରେ ଭାରତୀୟ ବାୟୁ ସେନାରେ ଯୋଗ ଦେଇଥିଲେ। ଫାଇଟର ପାଇଲଟ୍‍ ଭାବେ ଜଣାଶୁଣା ନିଖିଳକୁ ଗଗନୟାନ ମିଶନ ପାଇଁ ଚୟନ କରାଯାଇଥିବା ସୂଚନା ମିଳିଛି। ବାଙ୍ଗାଲୁରୁ ସ୍ଥିତ ଇନଷ୍ଟିଚ୍ୟୁଟ ଅଫ୍‍ ଏରୋସ୍ପେସ୍‍ ମେଡିସିନ୍‍ରେ ଏହି ପ୍ରଥମ ପର୍ଯ୍ୟାୟ ଚୟନ ପ୍ରକ୍ରିୟା କରାଯାଇଥିବା ଜଣାପଡିଛି। ଏହି ଚୟନ ବେଳେ କଠିନ ଶାରୀରିକ ପରୀକ୍ଷା, ଲାବ୍‍ ଇନ୍‍

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.