Below header

ତିହାର ଜେଲ ଗଲେ ଅରବିନ୍ଦ କେଜ୍ରିଓ୍ଵାଲ, ଏପ୍ରିଲ ୧୫ ଯାଏଁ ରହିବେ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ୧୫ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ଯାଇଛନ୍ତି । ଏପ୍ରିଲ ୧୫ ତାରିଖ ଯାଏଁ ତିହାର ଜେଲରେ ରହିବେ । କେଜ୍ରିଓ୍ଵାଲ ତିହାର ଜେଲ ୫ ନମ୍ବର ଜେଲରେ ରହିବେ । ଏହାକୁ ନେଇ ତିହାର ଜେଲରେ ଉଚ୍ଚସ୍ତରୀୟ ବୈଠକ ମଧ୍ୟ ହୋଇଛି ।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ୧୫ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ଯାଇଛନ୍ତି । ଏପ୍ରିଲ ୧୫ ତାରିଖ ଯାଏଁ ତିହାର ଜେଲରେ ରହିବେ । କେନ୍ଦ୍ରୀୟ ଏଜେନ୍ସୀ ମୁଖ୍ୟମନ୍ତ୍ରୀଙ୍କୁ ୧୫ ଦିନ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇବାକୁ ଦାବି କରିଥିଲେ ଯାହା ଉପରେ ଆଜି ରାଉଜ୍ ଆଭେନ୍ୟୁ କୋର୍ଟ ମୋହର ଲଗାଇଛନ୍ତି । କେଜ୍ରିଓ୍ଵାଲ ତିହାର ଜେଲ ୫ ନମ୍ବର ଜେଲରେ ରହିବେ । ଏହାକୁ ନେଇ ତିହାର ଜେଲରେ ଉଚ୍ଚସ୍ତରୀୟ ବୈଠକ ମଧ୍ୟ ହୋଇଛି ।

ଇଡିର ରିମାଣ୍ଡ ଅବଧି ସରିବା ପରେ ଆଜି କୋର୍ଟରେ ହାଜର ହୋଇଥିଲେ କେଜ୍ରିଓ୍ଵାଲ । ଇଡି ବିଚାର ବିଭାଗୀୟ ହାଜତକୁ ନେବାରୁ ଦାବି କରିଥିଲା । ଇଡି ତରଫରୁ ଅତିରିକ୍ତ ସିଲିସିଟର ଜେନେରାଲ ଏସଭି ରାଜୁ କହିଥିଲେ, କେଜ୍ରିଓ୍ଵାଲ ନିଜ ମୋବାଇଲ ଫୋନର ପାସଓ୍ଵାର୍ଡ କରିନଥିଲେ । ଇଡି କୋର୍ଟଙ୍କୁ କହିଛନ୍ତି, ଅରବିନ୍ଦ କେଜ୍ରିଓ୍ଵାଲ ଡିଜିଟାଲ ଡିଭାଇସର ପାସଓ୍ଵାର୍ଡ ମଧ୍ୟ କହୁନାହାନ୍ତି ।

ଦିଲ୍ଲୀ ମଦ ଦୁର୍ନୀତି ମାମଲାର ତଦନ୍ତ କରୁଥିବା ଇଡି ବାରମ୍ବାର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ସମନ ଜାରି କରିଥିଲା । ତେବେ ନବମ ଥର ଲାଗି ଇଡି ସମନକୁ ପ୍ରତ୍ୟାଖ୍ୟାନ କରିବା ପରେ ମାର୍ଚ୍ଚ ୨୧ରେ କେଜ୍ରିୱାଲଙ୍କୁ ଗିରଫ କରିଥିଲା ଇଡି । ଏହାମଧ୍ୟରେ କ୍ରେଜିଓ୍ଵାଲ ୧୦ ଦିନ ହେଲାଣି ଇଡି କଷ୍ଟଡିରେ ବିତାଇ ସାରିଲେଣି । ତାଙ୍କୁ ପ୍ରତିଦିନ ୫ ଘଣ୍ଟାରୁ ଅଧିକ ସମୟ ପଚରାଉଚରା କରାଯାଉଥିଲା । ୫୦ରୁ ଅଧିକ ପ୍ରଶ୍ନ ସାମ୍ନା କରିବାକୁ ପଡୁଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.