ବ୍ୟାଟରେ ପିଟି ପିଟି ମହିଳାଙ୍କୁ ଆକ୍ରମଣ

ବ୍ୟାଟରେ ପିଟି ପିଟି ମହିଳାଙ୍କୁ ଆକ୍ରମଣ। ପାଇଖାନା ନିର୍ମାଣକୁ ବିରୋଧ କରି ୩ ଜଣ ମହିଳାଙ୍କୁ ଆକ୍ରମଣ ଅଭିଯୋଗ। ଭଦ୍ରକ ଜିଲ୍ଲା ସାବରଙ୍ଗ ଥାନା ଅଧିନସ୍ଥ ନଚିପୁର ନାଥ ସାହିର ଘଟଣା। ରଞ୍ଜୁଲତା ନାଥ ନିଜ ଘର ପାଖରେ ଏକ ପାଇଖାନା ନିର୍ମାଣ କରୁଥିଲେ ।

ଭଦ୍ରକ : ବ୍ୟାଟରେ ପିଟି ପିଟି ମହିଳାଙ୍କୁ ଆକ୍ରମଣ। ପାଇଖାନା ନିର୍ମାଣକୁ ବିରୋଧ କରି ୩ ଜଣ ମହିଳାଙ୍କୁ ଆକ୍ରମଣ ଅଭିଯୋଗ। ଭଦ୍ରକ ଜିଲ୍ଲା ସାବରଙ୍ଗ ଥାନା ଅଧୀନସ୍ଥ ନଚିପୁର ନାଥ ସାହିର ଘଟଣା। ରଞ୍ଜୁଲତା ନାଥ ନିଜ ଘର ପାଖରେ ଏକ ପାଇଖାନା ନିର୍ମାଣ କରୁଥିଲେ ।

ସେହି ସମୟରେ କିଛି ଯୁବକ ତାଙ୍କୁ ଗାଳିଗୁଲଜ କରିବା ସହ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ । ଏହାକୁ ବିରୋଧ କରୁଥିବା ଅନ୍ୟ ୨ ମହିଳାଙ୍କୁ ମଧ୍ୟ ଆକ୍ରମଣ କରିଥିଲେ। ଗୁରୁତର ମହିଳା ମାନେ ହେଲେ ରଞ୍ଜୁଲତା ନାଥ, ମଞ୍ଜୁଲତା ନାଥ, ଯଶବନ୍ତି ନାଥ । ଆକ୍ରମଣରେ ୨ଜଣ ଶିଶୁ ମଧ୍ୟ ଆହତ ହୋଇଛନ୍ତି । ସମସ୍ତଙ୍କ ମୁଣ୍ଡ, ହାତ ଓ ପିଠିରେ ଗଭୀର ଆଘାତ ଲାଗିଛି । ସମସ୍ତଙ୍କୁ ଚିକିତ୍ସା ପାଇଁ ଭଦ୍ରକ ହସପିଟାଲରେ ଭର୍ତ୍ତି କରାଯାଇଛି । ଏନେଇ ସାବରଙ୍ଗ ଥାନାରେ ଅଭିଯୋଗ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.