Below header

ଜ୍ୱରରେ ପୀଡିତ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ଖୁବ ଶୀଘ୍ର କରାଇବେ କୋଭିଡ-୧୯ ଟେଷ୍ଟ

ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଶରୀରରେ କରୋନା ଲକ୍ଷଣ ! ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ରବିବାରଠାରୁ ତାଙ୍କୁ ଜ୍ୱର ହେବା ସହିତ ତାଙ୍କ ଗଳା ଯନ୍ତ୍ରଣା ହେଉଥିବା ନେଇ ସୂଚନା ମିଳିଛି । ଯାହାଫଳରେ ଖୁବ୍ ଶିଘ୍ର ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ନିଜର କୋଭିଡ-୧୯ ପରୀକ୍ଷା କରାଇବେ ବୋଲି ଜଣାପଡିଛି ।

ଏନେଇ ଅରବିନ୍ଦ କେଜ୍ରିୱାଲ ରବିବାରଠାରୁ ତାଙ୍କର ସମସ୍ତ ବୈଠକ ବାତିଲ କରିଥିବାବେଳେ ନିଜକୁ ସଙ୍ଗରୋଧରେ ରଖିଛନ୍ତି। ସୂଚନା ଥାଉକି, ଦିଲ୍ଲୀରେ ସମୁଦାୟ ୨୮,୯୩୬ ଜଣ କରୋନା ଆକ୍ରାନ୍ତ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ୮୧୨ ଜଣଙ୍କର ମୃତ୍ୟୁ ହୋଇ ସାରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.