ଶୋଷ ହେବାରୁ ଉପାୟ ନ ପାଇ ଶୁଣ୍ଢରେ ଟ୍ୟାପ୍‌ ଖୋଲି ପାଣି ପିଉଛି ହାତୀ, ଦେଖନ୍ତୁ ଭିଡିଓ

କିଛି ଦିନ ହେବ ସୋସିଆଲ ମିଡିଆରେ ହାତୀ ମୃତ୍ୟୁର ଖବର ଖୁବ୍‌ ଭାଇରାଲ ହେଉଛି। ଏହି ଘଟଣା ସାଧାରଣ ଜନତାଙ୍କ ଠାରୁ ଆରମ୍ଭ କରି ସେଲିବ୍ରିଟି ଯାଏଁ ସମସ୍ତଙ୍କୁ ବ୍ୟଥିତ କରିଛି। ହାତୀକୁ ସପୁରୀରେ ବାଣ ଦେଇ ହତ୍ୟା କରିଥିବା ଘଟଣାରେ ପୋଲିସ ଜଣେ ଅଭିଯୁକ୍ତକୁ ମଧ୍ୟ ଗିରଫ କରିଥିବା ଜଣାଯାଇଛି। ତେବେ ଏବେ ସୋସିଆଲ ମିଡିଆରେ ହାତୀର ଏକ ମଜାଳିଆ ଭିଡିଓ ଭାଇରାଲ ହେଉଛି। ଭିଡିଓରେ ହାତୀ ଶୁଣ୍ଢରେ ଟ୍ୟାପ୍‌ ଖୋଲି ପାଣି ପିଉଥିବା ଦେଖାଯାଇଛି।

ଦେଖନ୍ତୁ ଭିଡିଓ:

ଏହି ଭିଡିଓକୁ ଫରେଷ୍ଟ ଅଫିସର ସୁଶାନ୍ତ ନନ୍ଦ ନିଜ ଟ୍ଵିଟରରେ ସେୟାର କରିଛନ୍ତି। ଭିଡିଓଟି ଏକ ଚିଡ଼ିଆଖାନାର। ସେଥିରେ ହାତୀ ତାରଜାଲିରେ ବନ୍ଦ ହୋଇ ରହିଛି। ହାତୀକୁ ଶୋଷ ହେବାରୁ ସେ ଶୁଣ୍ଢରେ ପାଣି ଟ୍ୟାପ୍‌ ଖୋଲି ପାଣି ପିଇବାକୁ ଲାଗୁଛି। ଭିଡିଓଟି ଦ୍ରୁତବେଗରେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ମାତ୍ର ୩୮ ସେକେଣ୍ଡର ଏହି ଭିଡିଓକୁ ହଜାର ହଜାର ଲୋକ ଦେଖିସାରିଲେଣି। ଭିଡିଓକୁ ସେୟାର କରି ସୁଶାନ୍ତ ନନ୍ଦ ଏକ ଖୁବ୍‌ ସୁନ୍ଦର କ୍ୟାପସନ୍‌ ଲେଖିଛନ୍ତି। ସେ ଲେଖିଛନ୍ତି ଯେ ହାତୀ ଏକ ବୁଦ୍ଧିମାନ ଜୀବ। ହାତୀକୁ ସବୁଠୁ ଦୟାଳୁ ମଧ୍ୟ କୁହାଯାଏ। ହାତୀ ପିଞ୍ଜରା ଓ ଜଞ୍ଜିର ପାଇଁ ସୃଷ୍ଟି ହୋଇନାହିଁ।

ଏହି ଭିଡିଓକୁ ଏବେ ଯାଏଁ ୪ ହଜାରରୁ ଅଧିକ ଲୋକ ଦେଖିସାରିଲେଣି। ଏଥିସହ ୭୦୦ରୁ ଊର୍ଦ୍ଧ୍ୱ ଲାଇକ ଓ ୧୦୦ରୁ ଅଧିକ ଥର ରିଟ୍ଵିଟ୍‌ କରାଯାଇଛି। ଭିଡିଓରେ ଅନେକ ମଜାଳିଆ କମେଣ୍ଟ ମଧ୍ୟ ଆସିଛି। ଜଣେ ୟୁଜର କମେଣ୍ଟରେ ହାତୀକୁ ବୁଦ୍ଧିମାନ ବୋଲି ମଧ୍ୟ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.