Below header

ଆପ୍‌ରୁ ଇସ୍ତଫା ଦେଲେ ଆଶୁତୋଷ, କେଜରିଓ୍ଵାଲ କହିଲେ ଏଜନ୍ମରେ ନୁହେଁ

ନୂଆଦିଲ୍ଲୀ : ଆମ୍‌ ଆଦ୍‌ମୀ ପାର୍ଟିରୁ ଇସ୍ତଫା ଦେଇଛନ୍ତି ଦଳର ମିଡିଆ ଫେସ୍‌ ଆଶୁତୋଷ । ଆପ୍‌ ଛାଡ଼ିବା ନେଇ ସେ ଆଜି ଘୋଷଣା କରିଛନ୍ତି । ଦଳ ସହ ୪ ବର୍ଷର ସମ୍ପର୍କ ତୁଟାଇଛନ୍ତି ଆଶୁତୋଷ । ବ୍ୟକ୍ତିଗତ କାରଣ ଦର୍ଶାଇ ଇସ୍ତଫା ଦେଇଥିବା ଆଶୁତୋଷ କହିଛନ୍ତି । ସେପଟେ ଇସ୍ତଫାକୁ ଗ୍ରହଣ କରି ନାହାନ୍ତି ଅରବିନ୍ଦ କେଜରିଓ୍ଵାଲ୍‌ । ଏ ଜନ୍ମରେ ନୁହେଁ ବୋଲି କହିଛନ୍ତି ଆପ୍‌ ମୁଖ୍ୟ । ଆପ୍‌ ସଂସଦୀୟ ବ୍ୟାପାର କମିଟିକୁ ସେ ଇସ୍ତଫାପତ୍ର ପଠାଇ ଦେଇଛନ୍ତି । ଟ୍ଵିଟ୍‌ କରି ଏହି ସୂଚନା ଦେଇଛନ୍ତି ଆଶୁତୋଷ । ବ୍ୟକ୍ତିଗତ କାରଣରୁ ଦଳ ଛାଡ଼ିଥିବା ଦର୍ଶାଇଛନ୍ତି । ଆଶୁତୋଷ ଲେଖିଛନ୍ତି, ସବୁ ଯାତ୍ରାର ଗୋଟିଏ ଅନ୍ତ ରହିଛି । ଆମ୍‌ ଆଦ୍‌ମୀ ପାର୍ଟି ସହ ଶେଷ ହୋଇଛି ତାଙ୍କର କ୍ରାନ୍ତିକାରୀ ଯାତ୍ରା । ଇସ୍ତଫାପତ୍ରକୁ ଗ୍ରହଣ କରିବା ପାଇଁ ଦଳର ହାଇକମାଣ୍ଡଙ୍କୁ ନିବେଦନ କରିଛନ୍ତି । ତେବେ ଆଶୁତୋଷଙ୍କ ଇସ୍ତଫାକୁ ଗ୍ରହଣ କରି ନାହାନ୍ତି ଆପ୍‌ ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ଵାଲ୍‌ । ଟ୍ଵିଟ୍‌ କରି କେଜରିଓ୍ଵାଲ୍‌ ଲେଖିଛନ୍ତି ଯେ ଆମେ ଆପଣଙ୍କ ଇସ୍ତଫାକୁ କେମିତି ଗ୍ରହଣ କରିବୁ । ଏଜନ୍ମରେ ତ ନୁହଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.