ରାଗରେ ବିମାନ ଚୋରାଇ ଘରେ କଲେ କ୍ରାସ୍ : ପତ୍ନୀଙ୍କ ଅଭିଯୋଗରେ ସ୍ବାମୀଙ୍କୁ ହୋଇଥିଲା ଜେଲ

ୱାଶିଂଟନ୍ : ଆମେରିକାର ଔଟାରେ ରହୁଥିବା ହୁଏନ୍ ୟୁଡ଼୍ ନାମକ ଜଣେ ବ୍ୟକ୍ତି ନିଜ ପତ୍ନୀଙ୍କ ମାରିବାକୁ ଯାଇ ଘରେ କରିଛନ୍ତି ବିମାନକୁ କ୍ରସ୍ । ଘଟଣାରେ ବିମାନ ଚଲାଉଥିବା ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ ଘରେ ଥିବା ତାଙ୍କ ପତ୍ନୀ ଏବଂ ପୁଅର କୌଣସି କ୍ଷତି ହୋଇନହିଁ। ପୁଲିସ ସୂଚନା ମୁତାବକ: ଅଭିଯୁକ୍ତ ହୁଏନ୍ ତାଙ୍କ ପତ୍ନୀଙ୍କୁ ମାରପିଟ କରୁଥିଲେ। ଏଣୁ ତାଙ୍କୁ ପୋଲିସ ଘରୋଇ ହିଂସା ଅଭିଯୋଗରେ ଗିରଫ କରିଥିଲା। ଏଥିପାଇଁ ରାଗରେ ପତ୍ନୀଙ୍କଠୁ ପ୍ରତିଶୋଧ ନେବାକୁ ଚିନ୍ତା କରିଥିଲେ। ଏନେଇ ସେ ବିମାନବନ୍ଦରରୁ ଏକ ବିମାନ ଚୋରି କରିବା ସହ ତାଙ୍କ ପତ୍ନୀ ଏବଂ ପୁଅ ରହିଥିବା ଘରେ କ୍ରାସ କରିଥିଲେ।

ପୋଲିସ ସୂଚନା ଅନୁଯାୟୀ , ଅଭିଯୁକ୍ତ ହୂଏନ ଜଣେ ଅଭିଜ୍ଞ ପାଇଲଟ ଥିଲେ। ସେ ଏକ କନଷ୍ଟ୍ରକସନ କମ୍ପାନୀ ପାଇଁ ବିମାନ ଉଡ଼ାଉଥିଲେ। ତାଙ୍କୁ ସୋମବାର ଗିରଫ କରାଯାଇଥିବା ବେଳେ କିଛି ସମୟ ପରେ ଜାମିନ୍ ଦିଆଯାଇଥିଲା। ସେଠାରୁ ସିଧା ବିମାନ ୫୨୫ଜେଟ୍ ଉଡ଼ାଇ ଦେଇ ଏପରି କାଣ୍ଡ ଘଟାଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.