ପୁଣି ଆନ୍ଦୋଳନରେ ବସିବେ ଶିକ୍ଷକ ଓ ଅଧ୍ୟାପକ

ଭୁବନେଶ୍ୱର (କେନ୍ୟୁଜ୍‌) : ଗୁରୁବାର ଠାରୁ ପୁଣି ଆନ୍ଦୋଳନକୁ ଓହ୍ଲାଇବ ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ, ଅଧ୍ୟାପକ ମିଳିତ ମଞ୍ଚ । ରାଜ୍ୟ ସରକାରଙ୍କ ସର୍ତ୍ତମୂଳକ ଅନୁଦାନ ଆଇନ ପ୍ରତ୍ୟାହାର, ଯୋଗ୍ୟ ବିବେଚିତ ଦିନଠାରୁ ପୂର୍ଣ୍ଣ ଅନୁଦାନ ସହ ଚାକିରି ସର୍ତ୍ତାବଳି ଆଦି ପ୍ରଦାନ ଦାବି ନେଇ ହଜାର ହଜାର ଶିକ୍ଷକ ଆନ୍ଦୋଳନକୁ ଓହ୍ଲାଇବେ । ଆସନ୍ତାକାଲି ଭୁବନେଶ୍ୱର ଲୋୟର ପିଏମଜିରେ ବିକ୍ଷୋଭ ପ୍ରଦର୍ଶନ କରାଯିବ । ଦାବି ପୂରଣ ନହେଲା ପଯ୍ୟର୍ନ୍ତ ଏହି ଆନ୍ଦୋଳନ ଚାଲିବ ବୋଲି ମଞ୍ଚ କହିଛି । ରାଜ୍ୟ ସରକାର ବ୍ଲକଗ୍ରାଣ୍ଟ ପ୍ରଥାକୁ ଉଚ୍ଛେଦ କରି ନୂଆ ଆଇନ ପ୍ରଣୟନ କରିଛନ୍ତି । ଯାହାକୁ କି ସଂଘ ପ୍ରତ୍ୟାଖାନ କରିଛି । ଏହାକୁ ସରକାର ତୁରନ୍ତ ପ୍ରତ୍ୟାହାର କରନ୍ତୁ ବୋଲି ସଂଘ ଦାବି କରି ରାଜରାସ୍ତାକୁ ଓହ୍ଲାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.