Below header

ସଭ୍ୟ ସମାଜର ଅସଭ୍ୟ ଚେହେରା ! ଟେକା ମାରି ମାରି ଭାଲୁର ଏମିତି ଅବସ୍ଥା କଲେ ଲୋକେ, ଭିଡିଓ ହୋଇଗଲା ଭାଇରାଲ୍‌

ସାମ୍ନାକୁ ଆସିଛି ସଭ୍ୟ ସମାଜର ଅସଭ୍ୟ ଚେହେରା । ଟେକା ମାରି ମାରି ପର୍ବତ ଉପରୁ ଗୋଟିଏ ଭାଲୁକୁ ତଳେ ଖସାଇ ଦେଇଛନ୍ତି ଲୋକ । ଏଭଳି ଏକ ଅମାନବୀୟ ଘଟଣା ଘଟିଛି କାର୍ଗିଲରେ । ୮ ସେକେଣ୍ଡେର ଏହି ଭିଡିଓଟି ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି ।

ଭିଡିଓରେ ଦେଖିବାକୁ ମିଳିଛି ସ୍ଥାନୀୟ ଗାଁ ଲୋକ ଗୋଡାଇବାରୁ ଭାଲୁଟି ତୀଖା ପର୍ବତ ଉପରକୁ ଚଢିଯାଇଥିଲା । ହେଲେ ଏହା ପରେ ଲୋକମାନେ ଭାଲୁଟି ଉପରକୁ ଟେକା ପକାଉଛନ୍ତି । ଯାହା ଫଳରେ ଭାଲୁଟି ସନ୍ତୁଳନ ରଖି ନ ପାରି ପାଣି ଝରକୁ ଗଳି ପଡ଼ିଥିଲା। ଆଉ ଏହାକୁ ଦେଖି ପରେ ଲୋକେ ଆନନ୍ଦରେ ପାଟି କରୁଛନ୍ତି । ଭିଡିଓଟିକୁ କଶ୍ମୀରର ପୂର୍ବତନ ପର‌୍ୟ୍ୟଟନ ନିର୍ଦେଶକ ମେହମୁଦ୍ ଶାହା ଟୁଇଟର୍ରେ ସେୟାର୍ କରିଛନ୍ତି । ଜମ୍ମୁ ଓ କଶ୍ମୀରର ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍ତି ମଧ୍ୟ ଟୁଇଟ୍ କରି ଏହି ଘଟଣାକୁ ନିନ୍ଦା କରିଛନ୍ତି। ସେ ଲେଖିଛନ୍ତି: ହୃଦୟବିଦାରକ ଏବଂ ଅମାନବୀୟ। ପ୍ରଥମ କଥା ହେଲା ଆମେ କାହିଁକି ତାଙ୍କର ଚରାଭୂଇଁକୁ ଅନୁପ୍ରବେଶ କରୁଛୁ?

ଅନ୍ୟପଟେ ଘଟଣାଟି ଭାଇରାଲ୍‌ ହେବା ପରେ ଭାଲୁଟିକୁ ଖୋଜି ବାହାର କରିବାକୁ ସରକାରୀ କର୍ତ୍ତୃପକ୍ଷମାନେ ଅଭିଯାନ ଆରମ୍ଭ କରିଛନ୍ତି। ଏହା ସହ ଏଥିରେ ସମ୍ପୃକ୍ତ ବ୍ୟକ୍ତିମାନଙ୍କୁ ମଧ୍ୟ ଚିହ୍ନଟ କରିବାକୁ ଉଦ୍ୟମ ଆରମ୍ଭ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.