Below header

ସନସ୍କ୍ରିମ୍‌ ନଲଗାଇ ମଧ୍ୟ ଖରାକୁ ଦେଇପାରିବେ ମାତ୍‌, କେବଳ ଏହି ଟିପ୍ସ ଆପଣାନ୍ତୁ ଏବଂ ଉଜ୍ୱଳ ତ୍ୱଚା ପାଆନ୍ତୁ

ଗରମ ଦିନେ ତ୍ୱଚାର ଖାସ୍‌ ଯତ୍ନ ନେବା ପାଇଁ ସର୍ବଦା ସମସ୍ତେ ପରାମର୍ଶ ଦେଇଥାନ୍ତି । ଆଉ ଖରାରେ ବାହାରକୁ ଯିବା ସମୟରେ ସନସ୍କ୍ରିମ୍‌ ନିଶ୍ଚୟ ଲଗାଇବା ଆବଶ୍ୟକ । ଯେଉଁମାନଙ୍କ ତ୍ୱଚା ସମ୍ବେଦନଶୀଳ ସେମାନେ ଖରାରେ ବାହାରକୁ ଯିବା ମାତ୍ରେ ତ୍ୱଚା ଲାଲ୍‌ ପଡିଯିବା ସହ ସିଝିଯାଏ । କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି କିଛି ଟିପ୍ସ କହିବୁ ଯାହାକୁ ବ୍ୟବହାର କରି ବିନା କୌଣସି ସନସ୍କ୍ରିମରେ ଖରାରେ ବାହାରକୁ ଯାଇପାରିବେ । ନା ତ୍ୱଚାରେ କିଛି ଚିହ୍ନ ହେବ ନା ପଡିବ ଟ୍ୟାନ୍‌ ।

ସବୁ ଋତୁରେ ତ୍ୱଚାକୁ ସୁସ୍ଥ ଏବଂ ଉଜ୍ୱଳ ରଖିବା ପାଇଁ ବ୍ୟୁଟି ପ୍ରଡକ୍ଟଠୁ ଅଧିକ ହେଲଦି ଡାଏଟ୍‌ ଜରୁରୀ । ତ୍ୱଚାକୁ ଲମ୍ବା ସମୟ ପର‌୍ୟ୍ୟନ୍ତ ଫ୍ରେସ୍‌ ରଖିବା ପାଇଁ ପ୍ରୋଟିନ୍‌ ଏବଂ ଭିଟାମିନ୍‌ ସି ବହୁତ ଜରୁରୀ । ଏଥିରେ ତ୍ୱଚାର ବାହାର ଲେୟାର୍‌ ସୁରକ୍ଷିତ ରହିଥାଏ ।

ଡାଏଟରେ ସାମିଲ୍‌ କରନ୍ତୁ ଏହି ସବୁ ଖାଦ୍ୟ :

ମଟରରେ ଜିଙ୍କ ଏବଂ ହାଇଡ୍ରୋଲିକ୍‌ ଏସିଡ୍‌ ଥାଏ । ଏହି ଦୁଇଟି ପୋଷକ ତତ୍ୱ ତ୍ୱଚାରେ କୋଲାଜନର ସ୍ତରକୁ ନିୟନ୍ତ୍ରିତ ରଖିଥାଏ । ଏହାର ସେବନ ଦ୍ୱାରା ତ୍ୱଚାରେ କୁଞ୍ଚନ ଆସି ନଥାଏ । ସେହିପରି ଗାଜରରେ ଭିଟାମିନ୍‌ ଏ ଭରପୁର ମାତ୍ରାରେ ଥାଏ । ଏହାକୁ ଖାଇବା ଦ୍ୱାରା ମୁହଁରେ ବ୍ରଣ ହୋଇନଥାଏ । ଏହା ସହ ତ୍ୱଚାରେ ରକ୍ତ ସଞ୍ଚାଳନ ଭଲ ଭାବରେ ହୋଇଥାଏ ।

ସେହିପରି ଉଜ୍ୱଳ ତ୍ୱଚା ପାଇଁ ଡାଏଟରେ ଓମେଗା ୩ ଫାଟି ଏସିଡ୍‌ ନିଶ୍ଚୟ ସାମିଲ୍‌ କରନ୍ତୁ । ଏଥିପାଇଁ ମାଛ ନିଶ୍ଚୟ ଖାଆନ୍ତୁ । କାରଣ ମାଛରେ ଓମେଗା ୩ ଫାଟି ଏସିଡ୍‌ ଭରପୁର ମାତ୍ରାରେ ଥାଏ । ଏହାକୁ ନିୟମିତ ଖାଇଲେ ତ୍ୱଚା ଖରାପ ହେବାରୁ ରକ୍ଷାକରିଥାଏ ।

ସେହିପରି ଜାମୁକୋଳିରେ ସବୁଠାରୁ ଅଧିକ ମାତ୍ରାରେ ଆଣ୍ଟିଅକ୍ସିଡେଣ୍ଟ ଥାଏ । ଯାହାକୁ ଖାଇଲେ ତ୍ୱଚା ଲମ୍ବା ସମୟ ଯାଏ କୋମଳ ରହିଥାଏ । ଏହା ସହ ହୃଦଜନିତ ଏବଂ କ୍ୟାନ୍ସର ଜନିତ ସମସ୍ୟାରୁ ମୁକ୍ତି ମିଳିଥାଏ । ସେହିପରି ଡାଏଟରେ ଲାଲ୍‌ ଲଙ୍କା, ଟମାଟୋ ଏବଂ ଷ୍ଟ୍ରବେରୀ ନିଶ୍ଚୟ ସାମିଲ୍‌ କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.