ମାତ୍ର ୨୦ ଟଙ୍କାରେ ପୋଷ୍ଟ ଅଫିସରେ ଖୋଲନ୍ତୁ ଖାତା, ବ୍ୟାଙ୍କଠୁ ବି ଅଧିକ ସୁଧ

ମାତ୍ର ୨୦ ଟଙ୍କାରେ ଖୋଲନ୍ତୁ ସେଭିଙ୍ଗ୍‌ ଆକାଉଣ୍ଟ । ଏଭଳି ସୁବିଧା ଦେଉଛି ଭାରତୀୟ ପୋଷ୍ଟ ଅଫିସ୍‌ । ଏହି  ଆକାଉଣ୍ଟର ବିଶେଷତ୍ୱ ହେଉଛି ଆକାଉଣ୍ଟ ଧାରୀ ସର୍ବନିମ୍ନ ୫୦ଟଙ୍କା ରଖି ପାରିବେ । ଏହି ଆକାଉଣ୍ଟରେ ଚେକର ସୁବିଧା ପାଇବାକୁ ହେଲେ ୫୦୦ ଟଙ୍କା ଡିପୋଜିଟ କରିବାକୁ ପଡିବ ଓ ସର୍ବନିମ୍ନ ୫୦୦ ଟଙ୍କା ଆକାଉଣ୍ଟରେ ରଖିବାକୁ ପଡିବ ।

କଣ ମିଳିବ ସୁବିଧା :

ଏହି  ପୋଷ୍ଟାଲ ଆକାଉଣ୍ଟ ସହିତ ଏଟିଏମ ଓ  ଚେକ ବୁକର ସୁବିଧା ମିଳୁଛି । ଏହା ସହିତ ଏହି ଆକାଉଣ୍ଟ ଧାରୀଙ୍କୁ  ୪ % ସୁଧ ମିଳୁଛି ଯାହା  ଅନ୍ୟ ବ୍ୟାଙ୍କର ସେଭିଙ୍ଗ ଆକାଉଣ୍ଟ ଠାରୁ ଅଧିକ । ଏହି ଖାତାକୁ ମଧ୍ୟ ଗୋଟିଏ ପୋଷ୍ଟ ଅଫିସରୁ ଅନ୍ୟ ପୋଷ୍ଟ ଅଫିସକୁ ସ୍ଥାନାନ୍ତର କରିହେବ । ଏହି ଖାତାକୁ  ୧୦ ବର୍ଷ କିମ୍ବା ତାଠାରୁ ଅଧିକ  ବର୍ଷର ନାବାଳିକାଙ୍କ ନାମରେ ଖୋଲି ପିତା ମାତା ଚଲାଇ ପାରିବେ । ପରେ ନାବାଳିକା ପ୍ରାପ୍ତ ବୟସ୍କ ହେଲେ ନିଜେ ଖାତାକୁ ପରିଚାଳନା କରିବା ପାଇଁ ଆବେଦନ କରିପାରିବେ । ଏହି ପୋଷ୍ଟ  ଅଫିସ ସେଭିଙ୍ଗସ ଆକାଉଣ୍ଟରେ ମିଳିବାକୁ ଥିବା ୧୦,୦୦୦ଟଙ୍କା ସମ୍ପୂର୍ଣ୍ଣ ଇନକମ ଟ୍ୟାକ୍ସ ଫ୍ରୀ ହୋଇଥାଏ । ଏହି ସବୁ ସର୍ତ୍ତ ରହିଛିଗୋଟିଏ ଡାକଘରେ ଗୋଟିଏ ସେଭିଙ୍ଗ ଖାତା ଖୋଲାଯାଇପାରିବ ।

ଏହା ବ୍ୟତୀତ ବ୍ୟକ୍ତିଗତ  ଆକାଉଣ୍ଟକୁ ଜଏଣ୍ଟ ଆକାଉଣ୍ଟ ଓ ଜଏଣ୍ଟ ଆକାଉଣ୍ଟକୁ ବ୍ୟକ୍ତିଗତ ଆକାଉଣ୍ଟ କରିହେବ । ଏହି ଆକାଉଣ୍ଟକୁ ସକ୍ରିୟ ରଖିବାକୁ ହେଲେ ୩ ବର୍ଷ ମଧ୍ୟରେ ଥରେ ନେଣଦେଣ କରିବା ବାଧ୍ୟତା ମୂଳକ ହୋଇଥାଏ । ଏହିଭଳି ଖୋଲିପାରିବେ ଆକାଉଣ୍ଟପୋଷ୍ଟାଲ ସେଭିଙ୍ଗ ଆକାଉଣ୍ଟ ଖୋଲିବାକୁ ହେଲେ କେବଳ ଏକ ଫର୍ମ ପୂରଣ କରିବାକୁ ପଡିଥାଏ । ଏହି ଫର୍ମ ପୋଷ୍ଟ ଅଫିସ ବ୍ୟତୀତ  ପୋଷ୍ଟାଲ ସାଇଟରୁ ଡାଉନଲୋଡ କରାଯାଇପାରିବ । ଏହି ଆକାଉଣ୍ଟକୁ ଖୋଲିବା ପାଇଁ ପରିଚୟ ପ୍ରମାଣ ପତ୍ର ସହିତ ପାସପୋର୍ଟ ସାଇଜ ଫଟୋ ଆବଶ୍ୟକ ପଡିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.