ଗୋଟିଏ ଛୋଟ ଭୁଲ୍ ଯୋଗୁଁ ଚାଲିଗଲା ସବୁକିଛି ! ନଚେତ୍ ମୁକେଶ୍ ଅମ୍ବାନୀଙ୍କଠୁ ଦୁଇଗୁଣା ଅଧିକ ଧନୀ ହୋଇଥାନ୍ତେ ଏହି ବ୍ୟକ୍ତି

ଆପଣମାନେ ଏକଥା ନିଶ୍ଚୟ ଶୁଣିଥିବେ ମଣିଷକୁ ଭାଗ୍ୟରୁ ଅଧିକ ଏକ ସମୟ ପୂର୍ବରୁ କିଛି ମିଳିନଥାଏ । ଆମେ ଏବେ ଯେଉଁ ବ୍ୟକ୍ତିଙ୍କ କଥା କହିବାକୁ ଯାଉଛୁ ତାଙ୍କ ନିକଟରେ ଏହି କଥା ସମ୍ପୂର୍ଣ୍ଣ ଭାବରେ ଠିକ୍ ପ୍ରମାଣିତ ହୋଇଛି । ଏହି ବ୍ୟକ୍ତି ଜଣକ ଯଦି ଗୋଟିଏ ଭୁଲ୍ କରି ନଥାନ୍ତେ ତେବେ ଆଜି ସେ ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ହୋଇଥାନ୍ତେ ।

ଏହି ବ୍ୟକ୍ତି ଆଉ କେହି ନୁହଁନ୍ତି , ସେ ହେଉଛନ୍ତି ରୋନାଲ୍ଡ ବେନ୍ । ବହୁତ୍ କମ୍ ଲୋକଙ୍କୁ ଜଣା ଯେ ଆପଲର ତୃତୀୟ କୋ ଫାଉଣ୍ଡର ଥିଲେ ରୋନାଲ୍ଡ । ଜାଣି ଆଶ୍ଚର୍ୟ୍ୟ ହେବେ ସେ ଆପଲର ଆରମ୍ଭରେ ହିଁ ତାର ୧୦ ପ୍ରତିଶତ ସେୟାର୍ ମାତ୍ର ୮୦୦ ଡଲାର୍ ଅର୍ଥାତ୍ ୫୨ହଜାର ଟଙ୍କାରେ ବିକ୍ରି କରିଦେଇଥିଲେ । ସେ ସମୟରେ ରୋନାଲ୍ଡ ବି ଜାଣି ନଥିଲେ ଯେ ସେ କେତେବଡ ଭୁଲ୍ କରିବାକୁ ଯାଉଛନ୍ତି ।

ଆପଲର ୧୦ ପ୍ରତିଶତ ସେୟାରର ମୂଲ୍ୟ ବର୍ତ୍ତମାନ ସମୟରେ ରହିଛି ୫ ଲକ୍ଷ କୋଟି । ରୋନାଲ୍ଡଙ୍କ ଏହି ଛୋଟ ଭୁଲ୍ ତାଙ୍କୁ ଧନୀ ଲୋକଙ୍କ ତାଲିକାରୁ ବହୁତ ଦୂର କରିଦେଲା । ଯଦି ରୋନାଲ୍ଡ ନିଜର ଏହି ସେୟାର୍ ବିକ୍ରି କରି ନଥାନ୍ତେ ତେବେ ଆଜି ସେ ମୁକେଶ୍ ଅମ୍ବାନୀଙ୍କ ଠାରୁ ମଧ୍ୟ ଧନୀ ହୋଇଥାନ୍ତେ ।

ଉଲ୍ଲେଖଯୋଗ୍ୟ ଷ୍ଟିଭ୍ ଜବ୍ସ, ଏବଂ ୱୋଜନିୟକଙ୍କ ଠାରୁ ବେଶ୍ ଅନୁଭବୀ ହେଉଛନ୍ତି ରୋନାଲ୍ଡ ବେନ୍ । ସେ ସମୟରେ ତାଙ୍କ ବୟସ ଥିଲା ୪୨ ବର୍ଷ । ରୋନାଲ୍ଡ ହିଁ ଆପଲର ପ୍ରଥମ ଲୋଗୋ ଡିଜାଇନ୍ କରିଥିଲେ ଏବଂ କମ୍ପାନୀର ପାର୍ଟନରସିପ୍ ଏଗ୍ରିମେଂଟ୍ ମଧ୍ୟ ପ୍ରସ୍ତୁତ କରିଥିଲେ ।

କହିବାକୁ ଗଲେ ଷ୍ଟିଭ୍ ଜବ୍ସ, ଏବଂ ୱୋଜନିୟକ ପ୍ରଡକ୍ଟର କାମ ସମ୍ଭାଳୁଥିଲେ ଏବଂ ରୋନାଲ୍ଡ କମ୍ପାନୀ ଅର୍ଗାନାଇଜ୍ କରୁଥିଲେ । କିନ୍ତୁ ହଠାତ୍ ଦିନେ ରୋନାଲ୍ଡ କମ୍ପାନୀରେ ଥିବା ନିଜର ୧୦ ପ୍ରତିଶତ ସେୟାର୍ ମାତ୍ର ୫୨ହଜାର ଟଙ୍କାରେ ବିକ୍ରି କରିଦେଲେ ।

ଅନେକ ଦିନ ରୋନାଲ୍ଡ ଖୁଲାସା କରିଥିଲେ ଯେ କମ୍ପାନୀ ଛାଡିବା ନିଷ୍ପତି ତାଙ୍କ ନିଜର ଥିଲା । ରୋନାଲ୍ଡ କମ୍ପାନୀ ଛାଡିବା ପଛରେ ଅନେକ କାରଣ ଥିଲା । ଯେଉଁଥିରୁ ଗୋଟିଏ କାରଣ ହେଉଛନ୍ତି ନିଜେ ଷ୍ଟିଭ୍ ଜବ୍ ଥିଲେ । କାରଣ ତାଙ୍କ ସହ କାମ କରିବା ଖୁବ୍ କଷ୍ଟକର ଥିଲା ବୋଲି କହିଥିଲେ ରୋନାଲ୍ହ । କମ୍ପାନୀକୁ ଆରମ୍ଭ ଦିନରେ ହିଁ ଛାଡିବା ନିଷ୍ପତି ଠିକ୍ ଥିଲା ବୋଲି କହିଥିଲେ ରୋନାଲ୍ଡ । ପରେ ତାଙ୍କ ଉଭୟ କୋ – ଫାଉଣ୍ଡର ଆଉଥରେ କମ୍ପାନୀ ଜଏନ୍ କରିବାକୁ ଡାକୁଥିଲେ । କିନ୍ତୁ ଏହି ଅଫରକୁ ପ୍ରତ୍ୟାଖାନ କରିଥିଲେ ରୋନାଲ୍ଡ ।

ସମୟ ସହ ଧୀରେ ଧୀରେ ଆଗକୁ ବଢି ଚାଲିଲା ଆପଲ୍ । ଆଉ ଦୁନିଆର ସବୁଠାରୁ ବଡ କମ୍ପାନୀ ତାଲିକାରେ ନିଜ ନାଁ ସାମିଲ୍ କରିଛି । ଏବେ କମ୍ପାନୀର ଭାଲୁଏସନ୍ ପ୍ରାୟ ୮୫୦ ବିଲିୟନ୍ ଡଲାର୍ ଅର୍ଥାତ୍ ୫୫ ଲକ୍ଷ କୋଟି । ଯଦି ରୋନାଲ୍ଡ ନିଜ ୧୦ ପ୍ରତିଶତ ସେୟାର୍ ସହ ଆପଲରେ ଥାନ୍ତେ ତେବେ ତାଙ୍କ ନେଟୱର୍ଥ ପ୍ରାୟ ୮୫ ବିଲିୟନ୍ ଡଲାର୍ ଅର୍ଥାତ୍ ୫ ଲକ୍ଷ କୋଟି ହୋଇଥାନ୍ତା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.