Below header

ଭିକାରୀର ଝୁମ୍ପୁଡ଼ିରୁ ମିଳିଲା ଏତେ ପଇସା, ଗଣୁ ଗଣୁ ହୋଇଗଲା ରାତି, ପରଦିନ ବି ହିସାବ ଲଗେଇ ପାରିଲାନି ପୋଲିସ!

ମୁମ୍ବାଇରେ ଜଣେ ଭିକାରୀର ଦୁର୍ଘଟଣାରେ ମୃତ୍ୟୁ ହେବା ପରେ ପୋଲିସ ତାଙ୍କ ଘରେ ପହଞ୍ଚି ଯାହା ଦେଖିଲା, ଆଖି ଖୋସି ହୋଇଗଲା। ଘରେ ଏତେ ପରିମାଣର ପଇସା ଥିଲା ଯେ ପୋଲିସର ହୋସ୍ ଉଡ଼ିଗଲା। ଦୁଇଦିନ ଧରି ପୋଲିସ ସେଠାରେ ହିସାବ-କିତାବ ଚଲେଇଲା।

ମିଡିଆ ରିପୋର୍ଟ ଅନୁସାରେ, ରେଲେଓ୍ଵ ପୋଲିସ ଜଣେ ଭିକାରୀର ମୃତଦେହକୁ ଉଦ୍ଧାର କରିଥିଲା। ତାଙ୍କ ନାଁ ବିରାଦିଚନ୍ଦ ପନ୍ନାରାମଜୀ ଆଜାଦ୍ ବୋଲି ଜଣାପଡ଼ିଥିଲା। ସେ ଏକ ଝୁମ୍ପୁଡ଼ି ଘରେ ରହୁଥିଲେ। ରେଲେଓ୍ଵ ଟ୍ରାକ୍ ପାର୍ ହେବା ସମୟରେ ଟ୍ରେନ୍‌ରେ କଟି ତାଙ୍କର ମୃତ୍ୟୁ ଘଟିଥିଲା। ଜିଆର୍‌ପି ମୃତଦେହକୁ ଜବତ କରିବା ପରେ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରିବାକୁ ଚେଷ୍ଟା କରିଥିଲା। କିନ୍ତୁ କୌଣସି କାରଣରୁ ସମ୍ପର୍କ ହୋଇପାରି ନ ଥିଲା। ଫଳରେ ପୋଲିସ ତାଙ୍କ ଘରେ ପହଞ୍ଚିଥିଲା।

tanka

ଆଉ ଯେତେବେଳେ ପୋଲିସ ସେଠାରେ ପହଞ୍ଚିଥିଲା, ତା’ର ହୋସ୍ ଉଡ଼ିଗଲା। ଉକ୍ତ ଘରୁ ପୋଲିସକୁ ୮.୭୭ ଲକ୍ଷ ଟଙ୍କାର ଫିକ୍ସ ଡିପୋଜିଟ୍‌, ବ୍ୟାଙ୍କରେ ୯୬,୦୦୦ ଟଙ୍କାର ଜମାରାଶି ଏବଂ ୧.୭୫ ଲକ୍ଷ ଟଙ୍କା ମୁଦ୍ରା ମିଳିଥିଲା। ୮୨ ବର୍ଷୀୟ ଏହି ଭିକାରୀର ପରିବାର ରାଜସ୍ଥାନରେ ରହୁଛନ୍ତି। ତେବେ ପୋଲିସ ମୃତଦେହ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ସ୍ଥାନୀୟ ଲୋକେ ତାଙ୍କୁ ଚିହ୍ନଟ କରିଥିଲେ।

ଏହାସହ ପଢ଼ନ୍ତୁ: ଏଠାରେ ଅଦ୍ଭୁତ ପ୍ରକାର କାମ କରି ପିଇସା କମାନ୍ତି ଲୋକେ, ଯାହା ବିଷୟରେ ଶୁଣିଲେ ନାକ ଟେକିବେ ଆପଣ

ଭିକାରୀ ଘରେ ଛାନ୍‌ଭିନ୍ କରିଥିବା ଜିଆର୍‌ପିର ସବ୍‌ଇନ୍ସପେକ୍ଟର କହିଥିଲେ, ‘ଏଠାରୁ ଆମକୁ ୪ଟି ବଡ଼ ଡବା ମିଳିଥିଲା। ସେଥିରେ ଟଙ୍କିକିଆ, ଦୁଇଟଙ୍କିଆ, ୫ ଟଙ୍କିଆ ଏବଂ ୧୦ ଟଙ୍କାକୁ ଅଲଗା ଅଲଗା ପ୍ଲାଷ୍ଟିକ୍ ଥଳୀରେ ରଖାଯାଇଥିଲା। ଆମେ ଦୁଇଦିନ ଧରି ପଇସାଗୁଡ଼ିକୁ ଗଣିଥିଲୁ ଏବଂ ତାହା ୧.୭୫ ଲକ୍ଷ ଟଙ୍କା ବାହାରିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.