ବିଗ୍‌ବସ୍‌ ୧୩: ସେଫାଲୀଙ୍କ ହୃଦୟ ଜିତିବାକୁ ଚେଷ୍ଟା ଚଳାଇଛନ୍ତି ସିଦ୍ଧାର୍ଥ, ଦେଖନ୍ତୁ ଭିଡିଓ

ବିଗ୍‌ବସ୍‌ ୧୩ ଏବେ ଦେଶର ନମ୍ବର ଓ୍ଵାନ୍‌ ଶୋ’ ଭାବେ ପରିଗଣିତ ହେଉଛି। ଏଥରକ ସିରିୟଲର ବୋହୂମାନେ କଣ୍ଟେଷ୍ଟାଣ୍ଟଙ୍କ ଉପରେ ଭାରି ପଡ଼ିବା ସମ୍ଭାବନା ଦେଖାଦେଇଛି। ତେବେ ଗତକାଲିର ‘ଓ୍ଵିକ୍‌ ଏଣ୍ଡ କା ବାର୍‌’ରେ ସଲମାନ ଖାନ୍‌ ସେଫାଲୀ ବଗାକୁ ଖୁବ୍‌ ପ୍ରଶଂସା କରିଥିବା ଦେଖିବାକୁ ମିଳିଛି। ଦିଆଯାଇଥିବା ଟାସ୍କରେ ସେଫାଲୀଙ୍କ ଆକ୍ରାମଣାତ୍ମକ ପ୍ରଦର୍ଶନକୁ ସଲମାନ୍‌ ବେଶ୍‌ ପସନ୍ଦ କରିଛନ୍ତି। ଘରର କିଛି ସଦସ୍ୟ ସେଫାଲୀଙ୍କୁ ପସନ୍ଦ କରୁନଥିବାରୁ ‘ଓ୍ଵିକ୍‌ ଏଣ୍ଡ କା ବାର୍‌’ରେ ତାଙ୍କୁ ସଲମାନଙ୍କ ଠାରୁ ଗାଳି ଖାଇବାକୁ ପଡ଼ିପାରେ ବୋଲି କେତେକେ ଆଶଙ୍କା କରୁଥିଲେ। କିନ୍ତୁ ସଲମାନଙ୍କ ପ୍ରଶଂସା ପରେ ଏବେ ସମସ୍ତ ଘରର ସଦସ୍ୟ ସେଫାଲୀଙ୍କୁ ନେଇ ଟିକେ ଚିନ୍ତିତ ଅଛନ୍ତି।

ଏହାସହ ପଢ଼ନ୍ତୁ: ବିନା ମେକ୍‌ଅପ୍‌ରେ ଏମିତି ଦିଶନ୍ତି ଏହି ଟପ୍‌ ଅଭିନେତ୍ରୀ, ଦେଖିଲେ ଆପଣ ବି ଚିହ୍ନିପାରିବେନି

ତେବେ ଇତି ମଧ୍ୟରେ ଏହି ଗୋଟିଏ ସପ୍ତାହ ମଧ୍ୟରେ ଲେଖକ ସିଦ୍ଧାର୍ଥ ଡେଙ୍କର ରୋମାଣ୍ଟିକ୍‌ ଅନ୍ଦାଜ ବଢ଼ିବାରେ ଲାଗିଥିବା ଦେଖିବାକୁ ମିଳିଛି। ସେଫାଲୀଙ୍କ ପ୍ରତି ମଧ୍ୟ ତାଙ୍କ ରୋମାଣ୍ଟିକ ଆଙ୍ଗେଲ ନଜର ଆସିଛି। ବିଗ୍‌ବସ୍‌ ଏବେ ଏକ ଭିଡିଓ ଭାଇରାଲ କରିଛି ଯେଉଁଥିରେ ସିଦ୍ଧାର୍ଥ ସେଫାଲୀଙ୍କ ପାଇଁ ସ୍ୱିମିଂ କରି ଗୀତ ଗାଉଥିବା ଦେଖିବାକୁ ମିଳିଛି।

ଦେଖନ୍ତୁ ଭିଡିଓ:

 

କଲର୍ସର ଲୋକପ୍ରିୟ ଶୋ’ ବିଗ୍‌ବସ୍‌ ୧୩ର ପ୍ରୋମୋରେ ସିଦ୍ଧାର୍ଥ ଡେ ସ୍ୱିମିଂ କରୁଥିବା ବେଳେ ସେଫାଲୀ ବାହାରେ ଲନ୍‌ରେ ଚାଲୁଥିବା ଦେଖିବାକୁ ମିଳିଛି। ସେଫାଲୀଙ୍କୁ ଦେଖି ସିଦ୍ଧାର୍ଥ ଶାହାରୁଖ ଖାନ୍‌ଙ୍କ ଫିଲ୍ମ ବାଜିଗରର ଗୀତ ଗାଇବାକୁ ଲାଗୁଛନ୍ତି ଏବଂ ସେଫାଲୀ ମଧ୍ୟ ନିଜ ଷ୍ଟାଇଲ୍‌ରେ ଲୁକ୍‌ ଦେଉଛନ୍ତି। ଏଭଳି ଭାବେ ସିଦ୍ଧାର୍ଥ ସେଫାଲୀଙ୍କୁ ପଟାଇବାକୁ ଚେଷ୍ଟା କରୁଥିବା ଦେଖାଯାଇଛି। ତେବେ ଆଗାମୀ ଦିନରେ ଉଭୟଙ୍କ ମଧ୍ୟରେ ଲଭ୍‌ ଆଙ୍ଗେଲ ନଜର ଆସିପାରେ ବୋଲି ଦର୍ଶକ ଆଶା କରିଛନ୍ତି।

 

ଅନ୍ୟପଟେ ଆଜି ବିଗ୍‌ବସ୍‌ରେ ପୁଅମାନଙ୍କୁ ନିଜ ସାଙ୍ଗଙ୍କୁ ନୋମିନେସନ୍‌ରୁ ବଞ୍ଚାଇବା ପାଇଁ ଏକ ମଉକା ଦିଆଯାଇଥିବା ଦେଖିବାକୁ ମିଳିବ। ସିଦ୍ଧାର୍ଥ ଶୁକ୍ଳାଙ୍କୁ ରଶ୍ମି ଦେସାଇ ଓ ଆରତୀ ସିଂହଙ୍କ ମଧ୍ୟରୁ ଜଣଙ୍କୁ ବାଛିବାକୁ କୁହାଯାଇଥିବା ବେଳେ ପାରସ ଛାବଡ଼ାଙ୍କୁ ମାହିରା ଶର୍ମା ଓ ଶେହନାଜ ଗିଲ୍‌ଙ୍କ ମଧ୍ୟରୁ ଜଣଙ୍କୁ ନୋମିନେସନ୍‌ରୁ ବଞ୍ଚାଇବା ପାଇଁ କୁହାଯାଇଥିବା ଦେଖିବାକୁ ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.