Below header

ବଢୁଛି ନକଲି ନୋଟର କାରବାର, କରଞ୍ଜିଆରେ ଅଢେଇ ଲକ୍ଷ ଟଙ୍କାର ନକଲି ନୋଟ୍‌ ଜବତ, ୪ ଗିରଫ

କରଞ୍ଜିଆ(କେନ୍ୟୁଜ୍): କରଞ୍ଜିଆରେ ଅଢେଇ ଲକ୍ଷ ଟଙ୍କାର ନକଲି ନୋଟ୍‌ ଜବତ । ୪ ଜଣ ଗିରଫ । ପୋଲିସ ୧୨ଟି ୨୦୦୦ ଟଙ୍କିଆ ନୋଟ୍‌ ଓ ୧୧ ଖଣ୍ଡ ୫୦୦ ଟଙ୍କିଆ ନୋଟ୍‌ ଜବତ କରିଛି । ବାଦାମ ପାହାଡ ଥାନା ଅଞ୍ଚଳରେ ମୋବାଇଲ ଟାଓ୍ଵାର ବସାଇବାକୁ କହି ଠକିବା ମାମଲାରେ ଜଣେ ମହିଳାଙ୍କ ସମେତ ୪ ଜଣଙ୍କୁ ପୋଲିସ ଗିରଫ କରିଥିଲା । ସେମାନଙ୍କ ନିକଟରୁ ଏହି ନକଲି ନୋଟ ଟଙ୍କା ଜବତ କରାଯାଇଛି । ସେମାନଙ୍କ ନିକଟରୁ ୨ଟି ବାଇକ ଓ ମୋବାଇଲ ଫୋନ ମଧ୍ୟ ଜବତ କରାଯାଇଛି । ଏହି ଘଟଣାରେ ପୋଲିସ ଖୋଳତାଡ଼ ଚଳାଇଛି । ସେମାନେ ଆଉ କାହାକୁ ଠକିଛନ୍ତି ସେନେଇ ପୋଲିସ ତଦନ୍ତ ଚଳାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.