ଅଭିନେତ୍ରୀ ହେବାକୁ ଏହି ସର୍ତ୍ତ ରଖିଥିଲେ ସାନିଆ, କପିଲ ଶୋରେ କଲେ ଖୁଲାସା

ଭାରତର ପୂର୍ବତନ ଷ୍ଟାର ଟେନିସ ଖେଳାଳି ସାନିଆ ମିର୍ଜା ନିଜର ବ୍ୟକ୍ତିଗତ ଜୀବନକୁ ନେଇ କିଛିଦିନ ହେଲାଣି ଚର୍ଚ୍ଚାରେ ରହିଛନ୍ତି । ନିକଟରେ ସାନିଆଙ୍କ ଜୀବନରେ ଝଡଝଞ୍ଜା ଦେଖିବାକୁ ମିଳିଛି । ୨୦୧୦ରେ ପାକିସ୍ତାନ କ୍ରିକେଟର ଶୋଏବ ମଲ୍ଲିକଙ୍କୁ ବିବାହ କରିଥିଲେ । ଆଉ ଏବେ ଛାଡପତ୍ର ହୋଇସାରିଛି । ଶୋଏବ ତୃତୀୟ ବିବାହ କରିସାରିଲେଣି । ସାନିଆ ନିଜ ପୁଅ ସହିତ ଆଗାମୀ ଜୀବନ ବିତାଇବାକୁ ଚେଷ୍ଟା କରୁଛନ୍ତି ।

ନିକଟରେ ସାନିଆ ମିର୍ଜା କପିଲ ଶର୍ମା ଶୋ ଦ ଗ୍ରେଟ ଇଣ୍ଡିଆନ କପିଲ ଶୋରେ ନଜର ଆସିଥିଲେ । କପିଲ ଏଥିରେ ସାନିଆଙ୍କୁ ନୂଆ ଲଭ୍‌ ଖୋଜିବା କଥା ପଚାରିଥିଲେ । ଯାହା ସମସ୍ତଙ୍କ ଧ୍ୟାନ ଆକର୍ଷିତ କରିଥିଲା । କପିଲ ଶର୍ମା ସାନିଆଙ୍କୁ ଏକ ପୁରୁଣା ଇଣ୍ଟରଭ୍ୟୁ ବିଷୟରେ ମନେ ପକାଇଥିଲେ । ଯେଉଁଥିରେ ସାନିଆ ତାଙ୍କ ବାୟୋପିକରେ ଶାହରୁଖଙ୍କ ନିଜ ପ୍ରେମିକ ଭାବେ ଦେଖିବାକୁ ଚାହୁଁଛନ୍ତି ବୋଲି କହିଥିଲେ ।

ତେବେ ବାୟୋପିକରେ କାହାକୁ ଦେଖିବାକୁ ଚାହଁଛନ୍ତି ବୋଲି କପିଲ ସାନିଆଙ୍କୁ ପ୍ରଶ୍ନ ପଚାରିଥିଲେ । ଯାହାର ଉତ୍ତରରେ ସାନିଆ କହିଥିଲେ, ଯଦି ଶାହରୁଖ ହିରୋ ହେବେ, ତେବେ ମୁଁ ନିଶ୍ଚିତ ଭାବେ ଅଭିନୟ କରିବି । ସାନିଆଙ୍କ ଏଭଳି କଥା ଶୁଣି ସେଠାରେ ଥିବା ସମସ୍ତ ଦର୍ଶକ ହସିଥିଲେ ।

ସାନିଆ କପିଲ ଶର୍ମାଙ୍କ ଚାଟ୍‌ ଶୋ ‘ ଦ ଗ୍ରେଟ ଇଣ୍ଡିଆ କପିଲ ଶୋ’ରେ ନଜର ଆସିଥିଲେ । କପିଲଙ୍କ ଶୋ ଓଟିଟି ପ୍ଲାଟଫର୍ମ ନେଟଫ୍ଲିକ୍ସରେ ପ୍ରସାରିତ ହେଉଛି । ନୂଆ ଶୋରେ ସାନିଆଙ୍କ ବ୍ୟତୀତ ମେରୀ କମ୍‌ ଏବଂ ସାଇନା ନେହ୍ଵାଲ ମଧ୍ୟ ନଜର ଆସିଥିଲେ ।

Leave A Reply

Your email address will not be published.