Below header

ରିଅଲ ଲାଇଫରେ ରିଲ ଷ୍ଟୋରୀ: ପ୍ରେମିକ ସହ ନିଜ ପତ୍ନୀଙ୍କ ବାହାଘର କରାଇଲେ ବ୍ୟକ୍ତି

ବିହାର ନଓ୍ଵାଡ଼ା ଜିଲ୍ଲାରେ ବଲିଉଡ୍‌ ଫିଲ୍ମ ‘ହମ ଦିଲ୍‌ ଦେ ଚୁକେ ସନମ’ର ସତ କାହାଣୀ। ପ୍ରେମିକ ସହ ନିଜ ପତ୍ନୀଙ୍କ ବାହାଘର କରାଇଛନ୍ତି ଜଣେ ବ୍ୟକ୍ତି। ସିନେମା ଓ ଏହି ସତ କାହାଣୀ ଭିତରେ ମାତ୍ର ଗୋଟିଏ ଫରକ ରହିଛି। ଫିଲ୍ମରେ ସ୍ୱାମୀଙ୍କୁ ଛାଡ଼ି ପ୍ରେମିକଙ୍କ ପାଖକୁ ଆଉ ଫେରି ନଥିଲେ ନାୟିକା ।

ବିହାର: ଅନେକ ସୁନେଲି ସ୍ଵପ୍ନ ଦେଖିଥିଲେ । ଅନେକ ଆଶା ଦେଖାଇ ସ୍ୱାମୀଙ୍କ ହାତ ଧରିଥିଲେ । ଘର ସଂସାର କରି ସାରା ଜୀବନ ସ୍ୱାମୀ ସହିତ ଖୁସିରେ ବିତାଇବେ ବୋଲି ପ୍ରତିଶୃତି ଦେଇଥିଲେ । ହେଲେ ସ୍ଵପ୍ନ ଅଧାରୁ ଅଟକିଗଲା । ସ୍ୱାମୀକୁ ଧୋକା ଦେବା ପଡିଲା ମହଙ୍ଗା । ଶେଷରେ ସବୁ ଘଟଣାର ହେଲା ପର୍ଦ୍ଦାଫାଶ।

ରିଅଲ ଲାଇଫରେ ଘଟିଛି ରିଲ ଷ୍ଟୋରୀ। ବିହାର ନଓ୍ଵାଡ଼ା ଜିଲ୍ଲାରେ ବଲିଉଡ୍‌ ଫିଲ୍ମ ‘ହମ ଦିଲ୍‌ ଦେ ଚୁକେ ସନମ’ର ସତ କାହାଣୀ। ପ୍ରେମିକ ସହ ନିଜ ପତ୍ନୀଙ୍କ ବାହାଘର କରାଇଛନ୍ତି ଜଣେ ବ୍ୟକ୍ତି। ସିନେମା ଓ ଏହି ସତ କାହାଣୀ ଭିତରେ ମାତ୍ର ଗୋଟିଏ ଫରକ ରହିଛି। ଫିଲ୍ମରେ ସ୍ୱାମୀଙ୍କୁ ଛାଡ଼ି ପ୍ରେମିକଙ୍କ ପାଖକୁ ଆଉ ଫେରି ନଥିଲେ ନାୟିକା। ଏଠି କିନ୍ତୁ ପ୍ରେମିକଙ୍କୁ ପାଇବା ପରେ ତାଙ୍କ ହାତରୁ ଆଉ ଥରେ ସିନ୍ଦୁର ପିନ୍ଧିଛନ୍ତି ମହିଳା।

ତେବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏହି ଭିଡିଓ । ଯେଉଁଠି ସ୍ୱାମୀଙ୍କ ସାମ୍ନାରେ ଶିବ ମନ୍ଦିରରେ ପ୍ରେମିକା ମୁଣ୍ଡରେ ସିନ୍ଦୁର ପିନ୍ଧାଇଛନ୍ତି ପ୍ରେମିକ। ନଓ୍ଵାଡ଼ା ଜିଲ୍ଲାର ଏହି ମହିଳା ଜଣଙ୍କ ସ୍ୱାମୀ ଘରେ ନଥିବା ବେଳେ ରାତିରେ ପ୍ରେମିକ ପାଖକୁ ଯାଇଥାନ୍ତି। କିନ୍ତୁ ଏଥର ସାଥ୍ ଦେଇନଥିଲା ଲକ୍ । ସବୁଥର ଭଳି ଏଥର ବି ବିଳମ୍ବିତ ରାତିରେ ପ୍ରେମିକ ପାଖକୁ ଯାଉଥିବାବେଳେ ହଠାତ୍ ଧରା ପଡ଼ିଗଲେ। ଯାହାପରେ ସବୁ ଲୁଚାଛପା ଖେଳ ଲୋକଲୋଚନକୁ ଚାଲି ଆସିଥିଲା ।

ମହିଳାଙ୍କ ଶାଶୁଘର ଲୋକ ଉଭୟଙ୍କୁ ଅଟକ ରଖିବା ସହ ପ୍ରେମିକଙ୍କୁ ନିସ୍ତୁକ ପିଟିଲେ । ଏମିତି ମାଡ ମାରିଲେ ଯେ ପ୍ରେମିକ ପ୍ରବଣ ଲହୁଲୁହାଣ ହୋଇଗଲେ । ଏହାପରେ ଉଭୟଙ୍କୁ ଗାଁ ଛାଡ଼ି ପଳାଇବାକୁ କହିଥିଲେ ଉତ୍ୟକ୍ତ ଗ୍ରାମବାସୀ। ତେବେ ମହିଳାଙ୍କ ସ୍ୱାମୀ ଏକଥା ଜାଣିବା ପରେ ବଡମନରେ ନିଜ ସ୍ତ୍ରୀକୁ ତାଙ୍କ ପ୍ରେମିକ ସହ ବାହା କରାଇଥିଲେ।

ଉପସ୍ଥିତ ଥିବା ସବୁ ଲୋକଙ୍କ ସମ୍ମୁଖରେ ଶିବ ମନ୍ଦିରରେ ବିବାହ ହୋଇଥିଲା। ତେବେ ସବୁଠୁ ବଡ କଥା ପ୍ରେମିକ ମଧ୍ୟ ପୂର୍ବରୁ ବିବାହିତ । ତାଙ୍କର ସ୍ତ୍ରୀ ଓ ୩ ଜଣ ପିଲା ବି ଅଛନ୍ତି। ଏତେ ସବୁ ପରେ ବି ଉଭୟ ଚୋରା ପରତିରେ ମସଗୁଲ୍ ରହି ନିଜ ସଂସାରକୁ ଭୁଲିଯାଇଥିଲେ । ଯାହାର କୁପରିଣାମ ଉଭୟଙ୍କୁ ଭୋଗିବାକୁ ପଡୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.