Below header

ବିଧାତା କେତେ ନିଷ୍ଠୁର: ପୁଅର ଲଗ୍ନଧରା ପୂର୍ବରୁ ଚାଲିଗଲା ବାପାଙ୍କ ଜୀବନ

ପାଣି ଫୋଟକା ପରି ମିଳେଇଗଲା ଖୁସି। ପୁଅର ଲଗ୍ନଧରା ପୂର୍ବରୁ ଚାଲିଗଲା ବାପାଙ୍କ ଜୀବନ। ଏଭଳି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ଗୋବିନ୍ଦପୁର ପଞ୍ଚାୟତ କଣ୍ଟାବଣିଆ ଶାସନରେ ।

ସୋର (କେନ୍ୟୁଜ): ପାଣି ଫୋଟକା ପରି ମିଳେଇଗଲା ଖୁସି। ପୁଅର ଲଗ୍ନଧରା ପୂର୍ବରୁ ଚାଲିଗଲା ବାପାଙ୍କ ଜୀବନ। ଏଭଳି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ଗୋବିନ୍ଦପୁର ପଞ୍ଚାୟତ କଣ୍ଟାବଣିଆ ଶାସନରେ । ଗାଁର ପ୍ରଫୁଲ୍ଲ ପାଢୀଙ୍କ ପୁଅ ଅମିତାଭଙ୍କର ବିବାହ ପାଇଁ ଲଗ୍ନ ସ୍ଥିର ହୋଇଥିଲା। ହେଲେ ବିଧିର ବିଧାନ ବଡ଼ ବିଚିତ୍ର । ପୁଅ ଲଗ୍ନ ଧରା ପାଇଁ ପ୍ରଫୁଲ୍ଲ କୋଲକତାରୁ ଗାଁକୁ ଫେରୁଥିଲେ।

ଗତ କାଲି ସନ୍ଧ୍ୟାରେ ବସରୁ ଓହ୍ଲାଇ ଘରକୁ ଆସିବାବେଳେ ରାସ୍ତା ପାଖରେ ଥିବା କେନାଲ ଭିତରକୁ ଖସି ପଡିଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି କରି ପାଇ ନଥିଲେ। ଆଜି ସକାଳୁ ପାଣିରୁ ପ୍ରଫୁଲ୍ଲଙ୍କୁ ମୃତ ଅବସ୍ଥାରେ ଉଦ୍ଧାର କରିଥିଲେ। ପୁଅର ଲଗ୍ନଧରା ପାଇଁ ସାଙ୍ଗରେ ଆଣିଥିବା ବିଭିନ୍ନ ସାମଗ୍ରୀ ସହ ଲୁଗାପଟା ଓ ୫୦ ହଜାର ଟଙ୍କା ମିଳିଛି। ପ୍ରଫୁଲ୍ଲଙ୍କ ବିୟୋଗରେ ପରିବାର ଓ ଗାଁରେ ଶୋକର ଛାୟା ଖେଳିଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.