Below header

ବିଲ ଗେଟସ ଲେଖିଲେ ମୋଦିଙ୍କୁ ପ୍ରଶଂସା ପତ୍ର, ସେପଟେ ଆମେରିକାବାସୀ କହିଲେ, ‘ମୋଦି ବିଶ୍ୱର ନମ୍ବର 1 ନେତା’

ଦେଶରେ କରୋନା ଭାଇରସ ସଂକ୍ରମଣକୁ ରୋକିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ତେବେ ଏହାକୁ ନେଇ ପୁଣିଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରାଯାଇଛି। ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତିଙ୍କ ମଧ୍ୟରେ ଜଣେ ବିଲ ଗେଟସ ପିଏମ ମୋଦିଙ୍କୁ ପ୍ରଶଂସା କରିଛନ୍ତି। ଲକଡାଉନ କରି ବିଶାଳ ଜନସଂଖ୍ୟା ବିଶିଷ୍ଟ ଦେଶରେ କରୋନା ସଂକ୍ରମଣକୁ ରୋକିବାରେ ପ୍ରଧାନମନ୍ତ୍ରୀ ମୋଦି ହିଁ ବିଶ୍ୱର 1 ନମ୍ବର ନେତା ବୋଲି ଆମେରିକାବାସୀ ମାନିଛନ୍ତି।

4443

ମାଇକ୍ରୋସଫ୍ଟ କମ୍ପାନୀର ସଂସ୍ଥାପକ ଏବଂ Bill & Medinda Gates Foundation ଅଧ୍ୟକ୍ଷ ବିଲ ଗେଟସ ମୋଦିଙ୍କୁ ଏକ ପତ୍ର ଲେଖିଛନ୍ତି, ଯେଉଁଥିରେ କରୋନା ମୁକାବିଲା ପାଇଁ ମୋଦି କରୁଥିବା ବିଭିନ୍ନ ପ୍ରସ୍ତୁତିକୁ ସେ ପ୍ରଶଂସା କରିଛନ୍ତି। ବିଲ ଗେଟସ ଲେଖିଛନ୍ତି, ‘କରୋନା ମହାମାରୀର ସଂକ୍ରମଣକୁ ରୋକିବାରେ ମୁଁ ଆପଣଙ୍କ ନେତୃତ୍ବ ସହିତ ଆପଣଙ୍କର ଏବଂ ସରକାରଙ୍କର ସକ୍ରିୟ ପଦକ୍ଷେପକୁ ପ୍ରଶଂସା କରୁଛି। ଭାରତରେ ହଟସ୍ପଟ ଚିହ୍ନଟ କରି ଏବଂ ଲୋକଙ୍କୁ ଆଇସୋଲେସନରେ ରଖିବା ପାଇଁ ଯେଉଁ ତରିକା ଆପଣାଯାଉଛି, ତାହା ପ୍ରଶଂସାଯୋଗ୍ୟ। ଏହାଛଡା ଏହି ମହାମାରୀ ସହ ଲଢ଼ିବା ପାଇଁ ଜରୁରୀ ହେଲଥ ଇନଫ୍ରାଷ୍ଟ୍ରକଚର ଉପରେ ମଧ୍ୟ ଫୋକସ କରାଯାଉଛି, ଯାହାକି ପ୍ରଶଂସନୀୟ’।

o

କହି ରଖୁଛୁ, କରୋନା ଭାଇରସ ସହ ଲଢ଼ିବା ମାମଲାରେ ଆମେରିକାରେ ମୋଦିଙ୍କୁ ନମ୍ବର 1 ନେତା ଭାବେ ଗଣାଯାଇଛି। ଆମେରିକା ଏଜେନ୍ସି morningcounsult.com କରିଥିବା ଏହି ସର୍ଭେରେ ମୋଦି ସବୁଠାରୁ ଆଗରେ ଥିଲେ। ଆମେରିକାରେ ରହୁଥିବା ବିଭିନ୍ନ ଦେଶର ନାଗରିକଙ୍କ କଥାବାର୍ତ୍ତା ଆଧାରରେ ଏହି ସର୍ଭେ ହୋଇଥିଲା। ଏଥିରେ ପ୍ରଶ୍ନ ପଚରାଯାଇଥିଲା କି, କରୋନା ରୋକିବାରେ ବିଶ୍ୱର କେଉଁ ନେତା ସବୁଠାରୁ ଆଗରେ ଅଛନ୍ତି? ସର୍ଭେ ମୁତାବକ ପିଏମ ମୋଦିଙ୍କୁ ସବୁଠାରୁ ଅଧିକ ଲୋକ ପସନ୍ଦ କରିଛନ୍ତି। ସୂଚନାଯୋଗ୍ୟ, ଭାରତ ବିଶ୍ୱରେ ସର୍ବପ୍ରଥମେ ଲକଡାଉନ ଘୋଷଣା କରିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.