Below header

କରୋନା ମହାମାରୀ ଭିତରେ ଅସୁସ୍ଥ ବରିଷ୍ଠ ନାଗରିକଙ୍କୁ ଦିଆଯାଉଛି ‘ଅକ୍ସିଜେନ ଥେରାପି’, ଘର ଘର ବୁଲି ସ୍କ୍ରିନିଂ କରୁଛନ୍ତି 400 ଟିମ

ବୃହନମୁମ୍ବାଇ ମହାନଗରପାଳିକା(BMC) ଏଭଳି କରୋନା ସ୍ଥିତିରେ ବରିଷ୍ଠ ନାଗରିକମାନଙ୍କୁ ଅକ୍ସିଜେନ ଥେରାପି ଦେବା ଆରମ୍ଭ କରିଛି। ଯେଉଁମାନଙ୍କଠାରେ ଅକ୍ସିଜେନର ସ୍ତର କମ ରହିଛି, ସେମାନଙ୍କୁ ଏହି ଥେରାପି ଦିଆଯାଉଛି। ଏଥିପାଇଁ BMC 400 ଟିମ ଗଠନ କରିଛି। ଯେଉଁ ବରିଷ୍ଠ ନାଗରିକମାନଙ୍କର ଏକରୁ ଅଧିକ ସ୍ୱାସ୍ଥ୍ୟ ସମସ୍ୟା ରହିଛି, ଟିମର ସଦସ୍ୟମାନେ ଘର ଘର ଯାଇ ସ୍କ୍ରିନିଂ କରୁଛନ୍ତି।

4

BMCର କହିବା ଅନୁଯାୟୀ, ଏ ପର୍ଯ୍ୟନ୍ତ ପାଖାପାଖି 32 ହଜାର ଘରର ସର୍ଭେ ହୋଇସାରିଛି। ଯାଞ୍ଚ ସମୟରେ ମୋଟ 4 ହଜାର ବରିଷ୍ଠ ନାଗରିକଙ୍କଠାରେ ଏକାଧିକ ସ୍ୱାସ୍ଥ୍ୟ ସମସ୍ୟା ଦେଖିବାକୁ ମିଳିଛି। 1000ରୁ ଅଧିକଙ୍କ ରକ୍ତରେ 95%ରୁ କମ ଅକ୍ସିଜେନ ରହିଛି। ଏଥିପାଇଁ ଏହି ଲୋକମାନଙ୍କୁ ଅକ୍ସିଜେନ ଥେରାପିରେ ରଖାଯାଉଛି। ଅର୍ଥାତ ଏମାନଙ୍କୁ କୃତିମ ଉପାୟରେ ଅକ୍ସିଜେନ ଦିଆଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.