Below header

ଭାରତର ସବୁଠାରୁ ଶ୍ରେଷ୍ଠ ଫିଚର୍ ଫୋନ, ଦମଦାର ବ୍ୟାଟେରୀ ସହ ମିଳିବ ଟର୍ଚ୍ଚର ସୁବିଧା

ବର୍ତ୍ତମାନ ସମୟରେ ଅଧିକାଂଶ ଲୋକମାନେ ସ୍ମାର୍ଟଫୋନର ବ୍ୟବହାର କରୁଛନ୍ତି। କାରଣ ଏହି ଡିଭାଇସରେ ଲାଟେଷ୍ଟ ଫିଚର୍ସ ମିଳିଥାଏ। ସେହିଭଳି ଅନ୍ୟପଟେ ଟେକ କମ୍ପାନୀ ମଧ୍ୟ ଲୋକଙ୍କ ଚାହିଦା ଅନୁଯାୟୀ ସ୍ମାର୍ଟଫୋନ ଲଞ୍ଚ କରିଛି। କିନ୍ତୁ ଏଭଳି କିଛି ଲୋକ ରହିଛନ୍ତି, ଯେଉଁମାନେ ଆଜି ବି ଫିଚର୍ ଫୋନ ବହୁତ ପସନ୍ଦ ଆସିଥାଏ। ଏହି କାରଣରୁ ସ୍ମାର୍ଟଫୋନ ମଧ୍ୟରେ ଆଜି ମଧ୍ୟ ଫିଚର୍ ଫୋନର ଚାହିଦା ରହିଛି। ତେବେ ଆଜି ଆମେ ଆପଣଙ୍କୁ ଫିଚର୍ ଫୋନ ଭଲ ପାଉଥିବା ଲୋକଙ୍କ ପାଇଁ ନେଇ ଆସିଛୁ କିଛି ଖାସ ଖବର। ଯେଉଁ ଫୋନରେ ଆପଣ ବଡ ବ୍ୟାଟେରୀ ଏବଂ ଟର୍ଚ୍ଚର ସପୋର୍ଟ ପାଇପାରିବେ। ତେବେ ଜାଣନ୍ତୁ କଣ ରହିଛି ଏହି ଫୋନର ଫିଚର୍ସ।

infous

InFocus Hero Play M1- ଏହି ଫୋନର ମୂଲ୍ୟ ୯୫୦ଟଙ୍କା। ଏଥିରେ ମଧ୍ୟ 32 MB ରମ 32 MB ଷ୍ଟୋରେଜ, 1.8 ଇଞ୍ଚର ଡିସପ୍ଲେ ଏବଂ 1ମେଗାପିସ୍କେଲ ର ରିୟର କ୍ୟାମେରା ରହିଛି। ଏହି ଫିଚର୍ ଫୋନରେ 1800mAh ର ବ୍ୟାଟେରୀ ମଧ୍ୟ ରହିଛି।

kk

Karbonn K2 Boom Box- ଏହି ଫୋନର ମୂଲ୍ୟ ୬୯୮ ଟଙ୍କା। କାର୍ବନର ଏହି ଫୋନରେ 32MB ରମ ସହ 32MB ଷ୍ଟୋରେଜ ଏବଂ 1.8 ଇଞ୍ଚର ଡିସପ୍ଲେ ରହିଛି। ଏଥିସହ ଏହି ଫୋନରେ ଦୁଇଟି ସିମ ବ୍ୟବହାର କରିବା ସହ ରେଡ଼ିଓର ମଧ୍ୟ ସୁବିଧା ରହିଛି।

detel

Detel D4 Prime- ଏହି ଫୋନର ମୂଲ୍ୟ ୭୦୦ଟଙ୍କା। ଏହି ଫୋନରେ 1.8 ଇଞ୍ଚର ଡିସପ୍ଲେ, ଦୁଇଟି ସିମର ସପୋର୍ଟ, 650 ଏମଏଏଚର ବ୍ୟାଟେରୀ ଏବଂ ୧ବର୍ଷର ଗ୍ୟାରେଣ୍ଟି ରହିଛି।

micromx

Micromax X516- ଏହି ଫୋନର ମୂଲ୍ୟ ୮୭୯ ଟଙ୍କା। ଏଥିରେ ଆପଣଙ୍କୁ ଆଣ୍ଟି ଥେଫ୍ଟ, ଡିଜିଟାଲ କ୍ୟାମେରା, ଟର୍ଚ୍ଚ ଏବଂ ଡୁଆଲ ସିମ ଭଳି ସୁବିଧା ରହିଛି। ଏହାବ୍ୟତୀତ ଏହି ଫୋନରେ 1,750 ଏମଏଏଚର ବ୍ୟାଟେରୀ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.