Below header

କାମ ଦେଉନି କରୋନା ଟିକା, ଫାଇଜର ଭ୍ୟାକ୍‌ସିନ୍‌ ନେବାର ଏକ ସପ୍ତାହ ପରେ କରୋନା ପଜିଟିଭ୍‌ ହେଲେ ନର୍ସ

ଆମେରିକାର କାର୍ଲିଫର୍ଣ୍ଣିଆରେ ଫାଇଜର ଭ୍ୟାକ୍‌ସିନ୍‌କୁ ନେଇ ଆଶ୍ଚର୍ଯ୍ୟ କରିଦେବା ଭଳି ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ନର୍ସ ଟିକା ନେବାର ଏକ ସପ୍ତାହ ପରେ କରୋନା ସଂକ୍ରମିତ ହୋଇଥିବା ଜଣାଯାଇଛି। ମେଥ୍ୟୁ ଡବ୍ଲ୍ୟୁ ନାମ୍ନୀ ମହିଳା ଦୁଇଟି ଭିନ୍ନ ଭିନ୍ନ ହସ୍ପିଟାଲରେ ନର୍ସ କାମ କରୁଛନ୍ତି।

ସେ ୧୮ ଡିସେମ୍ବରରେ କରୋନା ଭାଇରସ୍‌ର ଭ୍ୟାକ୍‌ସିନ୍‌ ନେଇଥିଲେ ଓ ଫେସ୍‌ବୁକ୍‌ରେ ପୋଷ୍ଟ କରି ଏନେଇ ସୂଚନା ଦେଇଥିଲେ। ମହିଳା ଜଣକ କହିଥିଲେ ଯେ ଟିକା ନେବା ପରେ ତାଙ୍କ ଶରୀରରେ କୌଣସି ପାର୍ଶ୍ୱ ପ୍ରତିକ୍ରିୟା ହୋଇନାହିଁ। ମାତ୍ର ଏକ ମିଡିଆ ରିପୋର୍ଟ ମୁତାବକ, କ୍ରିସମାସ ପରେ ମହିଳାଙ୍କ ସ୍ୱାସ୍ୟାବସ୍ଥା ବିଗିଡ଼ିବାରେ ଲାଗିଥିଲା। ତା’ ପରେ ତାଙ୍କର କରୋନା ଟେଷ୍ଟ କରିବାରୁ ରିପୋର୍ଟ ପଜିଟିଭ୍‌ ଆସିଥିଲା।

ତେବେ ଏ ନେଇ ଜଣାପଡ଼ିବା ପରେ ଫାଇଜର ଟିକାକୁ ନେଇ ଲୋକଙ୍କ ମନରେ ସନ୍ଦେହ ବଢ଼ିବାରେ ଳାଗିଛି। ମାତ୍ର ଫାଇଜର କମ୍ପାନୀ ଦାବି କରୁଛି ଯେ କରୋନା ଭ୍ୟାକ୍‌ସିନ୍‌ ୯୫ ପ୍ରତିଶତ ଲୋକଙ୍କ ଶରୀରରେ କାମ ଦେଉଛି। ଅନ୍ୟପଟେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଟିକାକୁ ଖୁବ୍‌ଶୀଘ୍ର ମଞ୍ଜୁରୀ ଦେବା ପାଇଁ ଚାପ ପକାଉଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.