୨୦୨୦ରେ ଏହି ଫେମସ୍‌ ଚେହେରାଙ୍କୁ କରାଯାଇଛି ସବୁଠାରୁ ଅଧିକ ସର୍ଚ୍ଚ, ପଢ଼ନ୍ତୁ ଏଥିରେ କାହା କାହା ନାମ ଅଛି ସାମିଲ୍‌

ବର୍ଷ ୨୦୨୦ ଶେଷ ହେବାକୁ ବସିଛି। ଏହି ବର୍ଷ କରୋନା ଭାଇରସ୍‌ ସାରା ଦୁନିଆକୁ ଯେମିତି ଦୋହଲାଇ ଦେଇଥିଲା। ସେହିପରି ବଲିଉଡ ଇଣ୍ଡଷ୍ଟ୍ରୀରେ ଆକ୍ଟର ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ଖବର ତାଙ୍କ ଫ୍ୟାନ୍ସଙ୍କୁ ମାୟୁସ୍‌ କରିଦେଇଥିଲା। ନିକଟରେ ସର୍ଚ୍ଚ ଇଞ୍ଜିନ ୟାହୁ ୨୦୨୦ରେ ଭାରତରେ ସବୁଠାରୁ ଅଧିକ ସର୍ଚ୍ଚ କରାଯାଇଥିବା ଲୋକଙ୍କ ସୂଚି ଜାରି କରିଛି।

sushant singh rajputଏହି ସୂଚିରେ ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତ ପ୍ରଥମ ଅଛନ୍ତି। ତାଙ୍କୁ ସବୁଠାରୁ ଅଧିକ ସର୍ଚ୍ଚ କରାଯାଇଛି। ଯେଉଁ କାରଣରୁ ସେ ଏହି ତାଲିକାରେ ପ୍ରଥମ ନମ୍ବରରେ ଅଛନ୍ତି। ସେହିପରି ଗାର୍ଲଫ୍ରେଣ୍ଡଙ୍କୁ ଦୋଷୀ ମାନିବା କାରଣରୁ ରିୟା ଚକ୍ରବର୍ତ୍ତୀଙ୍କୁ ମଧ୍ୟ ସର୍ଚ୍ଚ କରାଯାଇଛି। ସବୁଠାରୁ ଅଧିକ ସର୍ଚ୍ଚ କରାଯାଇଥିବା ଫିମେଲ୍‌ କ୍ୟାଟେଗୋରୀରେ ରିୟା ଟପରେ ଅଛନ୍ତି। ୟାହୁର ୨୦୨୦ ଇୟର ଇନ୍‌ ରିଭ୍ୟୁ ଲିଷ୍ଟରେ ସେହି ଲୋକଙ୍କ ନାମ ସାମିଲ ହୋଇଥାଏ, ଯେଉଁମାନେ ପୂରା ବର୍ଷରେ ସବୁଠାରୁ ଅଧିକ ଚର୍ଚ୍ଚାରେ ରହିଥିବେ। ଏହି ଲିଷ୍ଟ ୟୁଜରଙ୍କ ଦ୍ୱାରା ସବୁଠାରୁ ଅଧିକ ସର୍ଚ୍ଚ କରାଯାଇଛି। ଯାହା ଆଧାରରେ ଏହି ଲିଷ୍ଟ ବନା ହୋଇଛି।

modiସୁଶାନ୍ତ ସିଂହ ରାଜପୁତଙ୍କ ପରେ ଯାହାଙ୍କୁ ସବୁଠାରୁ ଅଧିକ ସର୍ଚ୍ଚ କରାଯାଇଛି ସେ ହେଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଲିଷ୍ଟରେ ଦ୍ୱିତୀୟ ସବୁଠାରୁ ଅଧିକ ସର୍ଚ୍ଚ କରାଯାଇଥିବା ଲୋକଙ୍କ ସୂଚିରେ ସାମିଲ ଅଛନ୍ତି। ୨୦୧୭ ପରେ ଏହା ପ୍ରଥମ ଥର ହେବ ଯେ ପିଏମ ମୋଦି ଏଥିରେ ପ୍ରଥମ ନମ୍ବରରେ ନାହାଁନ୍ତି। ସେହିପରି ରିୟା ଚକ୍ରବର୍ତ୍ତୀ ତୃତୀୟ ସ୍ଥାନରେ ଅଛନ୍ତି। ବଲିଉଡ୍‌ ବ୍ୟତୀତ ରାଜନୈତିକ ହସ୍ତି ମାନଙ୍କ ମଧ୍ୟରୁ ରାହୁଲ ଗାନ୍ଧୀ, ଅମିତ ଶାହ, ଉଦ୍ଧବ ଠାକରେ, ଅରବିନ୍ଦ କେଜରିଓ୍ଵାଲ୍‌, ମମତା ବାନାର୍ଜୀ, ଅମିତାଭ ବଚ୍ଚନ ଏବଂ କଙ୍ଗନା ରାଣାଓ୍ଵତ୍‌ ଏହି କ୍ରମରେ ସାମିଲ ରହିଛି।

riyaଟପ୍‌ ଲିଷ୍ଟରେ ସବୁଠାରୁ ଅଧିକ ସର୍ଚ୍ଚ କରାଯାଇଥିବା ପୁରୁଷ ସେଲିବ୍ରିଟୀଙ୍କ ଲିଷ୍ଟରେ ସୁଶାନ୍ତ ସିଂହ ରାଜପୁତ ପ୍ରଥମ ନମ୍ବରରେ ଅଛନ୍ତି। ସେହିପରି ଅମିତାଭ ବଚ୍ଚନ, ଅକ୍ଷୟ କୁମାର, ସଲମାନ୍‌ ଖାନ, ଇରଫାନ୍‌ ଖାନ ଏବଂ ଋଷି କପୁର ଏହି ଲିଷ୍ଟରେ ସାମିଲ ଅଛନ୍ତି। ଅନ୍ୟପଟେ ସବୁଠାରୁ ଅଧିକ ସର୍ଚ୍ଚ କରାଯାଇଥିବା ମହିଳା ସେଲିବ୍ରିଟୀଙ୍କ ଲିଷ୍ଟରେ ରିୟା ଚକ୍ରବର୍ତ୍ତୀ ପ୍ରଥମ ସ୍ଥାନରେ ଅଛନ୍ତି। କଙ୍ଗନା ରାଣାଓ୍ଵତ୍‌, ଦୀପିକା ପାଦୁକୋନ୍‌, ସନି ଲିଓନ ଏବଂ ପ୍ରିୟଙ୍କା ଚୋପ୍ରା ମଧ୍ୟ ଲିଷ୍ଟରେ ସାମିଲ ଅଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.