Below header

ଭାରତ ଠାରୁ ହାରିବା ପରେ କଙ୍ଗାରୁ ଦଳକୁ ଆଉ ଏକ ଝଟକା, ଆଇସିସି ଲଗାଇଲା ଭାରି ଜରିମାନା

ମେଲବର୍ଣ୍ଣ କ୍ରିକେଟ୍‌ ଗ୍ରାଉଣ୍ଡରେ ଅନୁଷ୍ଠିତ ଖେଳାଯାଉଥିବା ଚାରୋଟି ଟେଷ୍ଟ ସିରିଜର ଦ୍ୱିତୀୟ ଟେଷ୍ଟରେ ମନ୍ଥର ବୋଲିଂ କରି ଘରୋଇ ଅଷ୍ଟ୍ରେଲିଆ ଦଳ ତଣ୍ଡ ଗଣିଛି। ସ୍ଳୋ ଓଭର ରେଟ ଯୋଗୁଁ ଦଳର ୪୦ ପ୍ରତିଶତ ମ୍ୟାଚ୍‌ ଫିସ୍‌ ପାଉଣା କାଟି ଜରିମାନା ଆକାରରେ କାଟିଦିଆଯାଇଛି। ଏହାବ୍ୟତୀତ ଓ୍ଵାର୍ଲ୍ଡ ଟେଷ୍ଟ ଚାମ୍ପିନୟନସିପରେ ମଧ୍ୟ ଆଷ୍ଟ୍ରେଲିଆର ୪ ପଏଣ୍ଟ କାଟି ଦିଆଯାଇଛି।


ଏହି ମ୍ୟାଚରେ ଭାରତ ଠାରୁ ଆଷ୍ଟ୍ରେଲିଆ ୮ ଓ୍ଵିକେଟରେ ପରାସ୍ତ ହୋଇଥିଲା। ପରାଜୟ ପରେ ଏହି ଜରିମାନା ଅଷ୍ଟ୍ରେଲିଆ ପାଇଁ କଟା ଘାରେ ଲୁଣ ଦେବା ଭଳି କଥା। ଚାରି ପଏଣ୍ଟ କଟିବା ପରେ ମଧ୍ୟ ୩୨୨ ପଏଣ୍ଟ ସହ ଅଷ୍ଟ୍ରେଲିଆ ଦଳ ଟେଷ୍ଟ ଚାମ୍ପିୟାନସିପ ପଏଣ୍ଟ ତାଲିକାରେ ୩୨୨ ପଏଣ୍ଟ ପାଇ ପ୍ରଥମେ ସ୍ଥାନରେ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.