ଜାନୁଆରୀ ମାସ ପାଇଁ ଗାଇଡ଼ଲାଇନ ଜାରି କଲେ ରାଜ୍ୟ ସରକାର, ଖୋଲିବ ସିନେମା ହଲ ଓ ଥିଏଟର

କେନ୍ୟୁଜ୍(ବ୍ୟୁରୋ):  ଆସିଲା ଜାନୁଆରୀ ମାସ ପାଇଁ ରାଜ୍ୟ ସରକାରଙ୍କ ନୂଆ ଗାଇଡଲାଇନ୍‌ । ଏସଆରସିଙ୍କ ପକ୍ଷରୁ ଜାରି ହୋଇଛି କିଛି  କଟକଣା । କରୋନା କଟକଣା ମଧ୍ୟରେ  ଖୋଲିବ ଥିଏଟର୍‌ ଓ ସିନେମା ହଲ୍‌ । ୫୦ ପ୍ରତିଶତ ଦର୍ଶକକୁ ନେଇ ଖୋଲିବ ସିନେମା ହଲ୍‌ । ରାଜ୍ୟରେ ଜାନୁଆରୀ ୩୧ ଯାଏଁ ବନ୍ଦ ରହିବ ଅଙ୍ଗନବାଡି କେନ୍ଦ୍ର । ଏହାସହ ଆସନ୍ତା ୩୧ ତାରିଖ ସାରା ରାଜ୍ୟରେ ଜିରୋ ନାଇଟ୍‌ ସେଲିବ୍ରେସନ ଉପରେ ଲାଗିଛି ରୋକ । ଡିସେମ୍ବର ୩୧ ଓ  ଜାନୁଆରୀ ୧ରେ  ଉତ୍ସବ ପାଳନ ଉପରେ ରୋକ ଲାଗାଯାଇଛି। ଏହାସହ ହୋଟେଲ, କ୍ଲବ, ପାର୍କ ଓ ସର୍ବସାଧାରଣ ସ୍ଥାନରେ ବି ସେଲିବ୍ରେସନ ବନ୍ଦ ।

ସେହିଭଳି ବିବାହ କାର୍ଯ୍ୟକ୍ରମରେ ସର୍ବାଧିକ ୨୦୦ ଲୋକ ଓ  ଶୁଦ୍ଧିକ୍ରୀୟାରେ ୧୦୦ ଲୋକ ରହିପାରିବେ ବୋଲି ଗାଇଡ଼ଲାଇନରେ କୁହାଯାଇଛି।  ସର୍ବାଧିକ ୨୦୦ ଲୋକଙ୍କୁ  ନେଇ  ଧାର୍ମିକ ଓ ସାମାଜିକ ଅନୁଷ୍ଠାନକୁ ଅନମତି ଦେଇଛନ୍ତି  ରାଜ୍ୟ ସରକାର

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.