ସମୁଦ୍ରରେ ଦେଖିବାକୁ ମିଳିଲା ଭାସମାନ ସ୍ୱିଫ୍ଟ କାର, ଭିଡିଓ ଦେଖି ଲୋକେ ଦେଲେ ଏପରି ପ୍ରତିକ୍ରିୟା

ମହାରାଷ୍ଟ୍ର ଭସାଇ ସ୍ଥିତ ଭୁଇଁଗାଁ ସମୁଦ୍ର ତଟରେ ଏକ କାର ସମୁଦ୍ରର ମଝାମଝିରେ ଭାଷୁଥିବାର ଦେଖିବାକୁ ମିଳିଲା। ଏହି ପୂରା ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଏହି ଭିଡିଓ ଦେଖି ଲୋକେ ଆଶ୍ଚର୍ଯ୍ୟ ବି ହେଉଛନ୍ତି।

ତେବେ ଏହି ଭିଡିଓକୁ ଦେଖି ଅନେକ ଲୋକ ଏହାର କାରଣ ବି ଇଣ୍ଟରନେଟରେ ଜଣାଇବାକୁ ଲାଗିଲେଣି। ଜଣେ ୟୁଜର ତ ଲେଖିଛନ୍ତି, ‘ଉବର ବାଲା ହୋଇଥିବ’। ସେହିପରି ଅନ୍ୟ ଜଣେ ୟୁଜର କହିଛନ୍ତି ହ୍ୟାଣ୍ଡ ବ୍ରେକ ଲାଗିନଥିବ। କିନ୍ତୁ ପୋଲିସର କହିବା କଥା ଯେ ଗାଡି ହାଇ ଟାଇଡ୍‌ କାରଣରୁ କଲମ୍ବ ବିଚରୁ ଯାଇ ଭୁଇଁଗାଁ ସମୁଦ୍ର ତଟରେ ପହଁଚିଗଲା।

ତେବେ ସୂଚନା ଅନୁଯାୟୀ ଭସଇ ପୋଲିସ ଷ୍ଟେସନରୁ ଦୁଇ ପୋଲିସକର୍ମୀଙ୍କୁ ବିଚରୁ ପ୍ରାୟ ୩୦୦ ମିଟର ଦୂର ସମୁଦ୍ରରେ ଏକ ମାରୁତି ସ୍ୱିଫ୍ଟ କାର ଭାସୁଥିବା ଦେଖିବାକୁ ମିଳିଳା। ଏହି ଭାସମାନ କାର ପାଣିରେ ଭାସିବା ସମୟରେ କେବଳ ତାର ଛାତ ହିଁ ଦେଖାଯାଉଥିଲା। କାରକୁ ଅତି ନିକଟରୁ ଦେଖିଲେ ଜଣାପଡୁଛି ଯେ କାର ଭିତରେ କେଇ ମଣିଷ ନଥିଲେ। କାର ଢ଼େଉରେ ଫସି ଯାଇଥିବାରୁ ଏମିତି ପାଣିରେ ଭାସୁଥିବାର ଦେଖିବାକୁ ମିଳିଲା।

Leave A Reply

Your email address will not be published.