ଯାଜପୁର : ୧୬ନଂ ଜାତୀୟ ରାଜପଥ ବାରବାଟୀ ଛକ ନିକଟରେ ହୁତୁ ହୁତୁ ହୋଇ ଜଳିଗଲା ଟ୍ରକ

ଯାଜପୁର(କେନ୍ୟୁଜ୍): ହୁତୁ ହୁତୁ ହୋଇ ଜଳିଗଲା ଟ୍ରକ।  ଯାଜପୁର ଜିଲ୍ଲା ୧୬ନଂ ଜାତୀୟ ରାଜପଥ ବାରବାଟୀ ଛକ ନିକଟରେ ଘଟିଛି ଏହି ଅଘଟଣ। ଟ୍ରକଟି ଲୁହା ପ୍ଲେଟ ବୋଝେଇ କରି ଟାଙ୍ଗିରୁ ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିବା ସମୟରେ ବାରବାଟୀ ଛକ ନିକଟରେ ହଠାତ ନିଆଁ ଲାଗିଯାଇଥିଲା। ଖବର ପାଇ ରସୁଲପୁର ଅଗ୍ନିଶମ ବିଭାଗର କର୍ମଚାରୀମାନେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି।

buring truck

ସଟ୍ ସର୍କିଟ ଯୋଗୁଁ ଗାଡ଼ିରେ ନିଆଁ ଲାଗିଥିବା ଅନୁମାନ କରାଯାଉଛି। ଧର୍ମଶାଳା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Leave A Reply

Your email address will not be published.