Below header

ପାରୀଦପର ଆଧୁନିକୀକରଣ ସହ କରାଯିବ ବିଶ୍ୱସ୍ତରୀୟ ବନ୍ଦର, ଆସିବ କେପ୍‌ ସାଇଜ ଭେସେଲ

କେନ୍ୟୁଜ୍(ବ୍ୟୁରୋ): ପାରୀଦପ ବନ୍ଦରର ଆଧୁନିକୀକରଣ ସହ ଏହାକୁ ବିଶ୍ୱସ୍ତରୀୟ କରାଯିବ । ପାରାଦୀପକୁ ଆସିବ କେପ୍‌ ସାଇଜ୍‌ ଭେସେଲ୍‌ । ଏସମ୍ପର୍କିତ ପ୍ରସ୍ତାବ ଉପରେ ମୋହର ମାରିଛି କେନ୍ଦ୍ର କ୍ୟାବିନେଟ୍‌ । ବୈଠକ ପରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ମନସୁଖ ମାଣ୍ଡଭିୟା । ପିପିପି ମୋଡରେ ବନ୍ଦରର ବିକାଶ କରାଯିବ । ପ୍ରକଳ୍ପ ପାଇଁ ଖର୍ଚ୍ଚ ହେବ ୩ହଜାର ୪କୋଟି ୬୩ଲକ୍ଷ ଟଙ୍କା ଖର୍ଚ୍ଚ ହେବ । ପାରାଦୀପର ୱେଷ୍ଟର୍ଣ୍ଣ ଡକ୍‌ ନିର୍ମାଣ କରାଯିବ ।

କେପ୍‌ ସାଇଜ ଜାହାଜଗୁଡ଼ିକ ବହୁତ ବଡ଼ ବଡ଼ । କୋଇଲା, ଆଇରନ୍‌ ଓର ଓ କଞ୍ଚାମାଞ୍ଚ ପରିବହନରେ ମୁଖ୍ୟତଃ କେପ୍‌ ସାଇଜ୍‌ ଜାହାଜଗୁଡ଼ିକୁ ବ୍ୟବହାର କରାଯାଏ । ଏଗୁଡ଼ିକର ଲମ୍ବ ପାଖାପାଖି ୧୮ରୁ ୨୦ ମିଟର ଯାଏ ରହିଛି । ସୁଏଜ୍‌ କେନାଲରେ କେପ୍‌ ସାଇଜ୍‌ ହାଜାଜ ଚଳାଚଳ କରିଥାଏ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.